Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ

    Share on :
    ajab-Image
    Date: Mar 27, 2026    Views: 2799

    ଭୁବନେଶ୍ୱର:  ଖରାଛୁଟି ପୂର୍ବରୁ ସମସ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛି । ବିଭାଗର କମିଶନର ତଥା ସଚିବ ଏନ. ତିରୁମାଲା ନାଏକ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଛି । ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଉଛନ୍ତି । ହେଲେ ଏପର୍ୟ୍ୟନ୍ତ ରାଜ୍ୟର ଅନେକ ସ୍କୁଲରେ ୟୁନିଫର୍ମ ମିଳିନି ।

    ଗତବର୍ଷ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ତେଣୁ ଏଦିଗରେ ତତ୍ପର ହୋଇ କାମ କରିବାକୁ ପଡ଼ିବ । ଖରାଛୁଟି ହେବା ପୂର୍ବରୁ ୟୁନିଫର୍ମ ବଣ୍ଟନ ସାରିବାକୁ ହେବ । ଏଥିପାଇଁ ଆଗୁଆ ଯୋଜନା, ଛାତ୍ରଛାତ୍ରୀମାନଙ୍କ ତଥ୍ୟ, ପୋଷାକର ଗୁଣାବତ୍ତା, ସମନ୍ୱୟ, ବଣ୍ଟନରେ ଆସୁଥିବା ଅଭିଯୋଗର ସମାଧାନ ତଥା ସ୍ୱଚ୍ଛତା ପାଳନ କରିବାକୁ କୁହାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook