Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟଗୁଡ଼ିକର ନାମକୁ ପରିବର୍ତ୍ତନ

    Share on :
    ajab-Image
    Date: Jul 22, 2026    Views: 2801

    ଭୁବନେଶ୍ୱର,: ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟଗୁଡ଼ିକର ନାମକୁ ପରିବର୍ତ୍ତନ କରାଯାଇଛି । ଏଣିକି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବଦଳରେ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ଲେଖାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ନମ୍ବର ୧୯୦୨୧ ଅନୁଯାୟୀ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ରହିଛି । ଏସବୁ ଗୁଡ଼ିକର ନାମ ପୂର୍ବରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ସମ୍ବଲପୁର ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ବ୍ରହ୍ମପୁର ଉଲ୍ଲେଖ କରାଯାଉଥିଲା । ଏସବୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହିଛି ।

    ଏବେ ଆଉ କେବଳ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଉଲ୍ଲେଖ ନହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ବୋଲି ଉଲ୍ଲେଖ କରାଯିବ । ଏହା ମଧ୍ୟ କୁହାଯାଇଛି ଯେ ସରକାରୀ ରେକର୍ଡ, ବିଜ୍ଞପ୍ତି, ନିର୍ଦ୍ଦେଶନାମା, ନିୟମ, ଅଧିନିୟମ, ମାନୁଆଲ୍ସ, ସର୍ଭିସ୍ ରେକର୍ଡ୍ସ ଆଦି କାର୍ଯ୍ୟାଳୟ ନଥିପତ୍ରରେ ଏହି ନୂଆ ନାମକୁ ସ୍ଥାନିତ କରାଯିବ । ଏଥିରେ ଆଗରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟମାନଙ୍କର କ୍ଷମତା ରହିଥିଲା ତାହା ଜାରି ରହିବ । ଡ୍ୟୁଟି, କ୍ଷମତା, ଦାୟିତ୍ୱ, ଅଧୀନ, କାର୍ଯ୍ୟ ଆଦି ସମାନ ଭାବେ ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ । ଏପରିକି ଆଗାମୀ ଦିନରେ ଏନେଇ ସରକାରୀ ଗେଜେଟ୍ ଆସିବ ।

    Maximum 500 characters

    ତାଜା ଖବର View all

    Find Us on Facebook