Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ୟ୍ୟନ୍ତ ସକାଳୁଆ ସ୍କୁଲ୍ ନିର୍ଦ୍ଦେଶ

    Share on :
    ajab-Image
    Date: Jun 18, 2026    Views: 3509

    ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ପର୍ୟ୍ୟନ୍ତ ଚାଲିବ ସ୍କୁଲ୍ ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ସକାଳୁଆ ସ୍କୁଲ୍  ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ମୌସୁମୀ ଓଡ଼ିଶା ଛୁଇଁବା ପରେ ମଧ୍ୟ ରାଜ୍ୟରୁ ବର୍ଷା ଗାୟବ ହୋଇଯାଇଥିବା ପରି ମନେ ହେଉଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଛାତ୍ରଛାତ୍ରୀ ସ୍କୁଲ ଆସିବା ନେଇ ବଡ଼ ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ।ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲିଠାରୁ ଅର୍ଥାତ ଜୁନ୍ ୧୯ରୁ ଜୁନ୍ ୨୫ ପର୍ୟ୍ୟନ୍ତ ସକାଳୁଆ ସ୍କୁଲ୍ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ପର୍ୟ୍ୟନ୍ତ ଚାଲିବ ସ୍କୁଲ୍ । ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ସକାଳୁଆ ସ୍କୁଲ୍ ହେବ ବୋଲି ନିର୍ଦ୍ଦେଶ ହୋଇଛି ।ସେପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲ୍ ଅର୍ଥାତ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ଆସନ୍ତା ଜୁନ୍ ୨୨ ତାରିଖ ସୋମବାର ପର୍ୟ୍ୟନ୍ତ ବନ୍ଦ ରହିବ । ସେହିପରି କଳାହାଣ୍ଡିର ସମସ୍ତ ସ୍କୁଲ ଜୁନ୍ ୨୦ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ।

    ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଆଜି ୧୮ ତାରିଖରେ ସମସ୍ତ ସ୍କୁଲ ଖୋଲିବାର ଥିଲା । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଥିଲେ, ଖରାର ପ୍ରକୋପ ବଢ଼ିଲେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ । ଏବେ ଖରାକୁ ଦେଖି ସୁବର୍ଣ୍ଣପୁର, ଅନୁଗୁଳ, ଗଞ୍ଜାମ, ବୌଦ୍ଧ, ଦେବଗଡ଼ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook