Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ଠାରୁ ଖୋଲିଲା ସ୍କୁଲ

    Share on :
    ajab-Image
    Date: Jun 18, 2026    Views: 3341

    ଭୁବନେଶ୍ବର: ରାଜ୍ୟର ୨୦ ଜିଲ୍ଲାରେ ଖରା ଛୁଟି ଶେଷ ହେବା ପରେ ଆଜି ଠାରୁ ସ୍କୁଲ ଖୋଲିଛି । ମୌସୁମୀ ଆସିଥିଲେ ମଧ୍ୟ ଖରା ଓ ଗୁଳୁଗୁଳିର ପ୍ରକୋପ କମିନଥିବାରୁ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଏହା ସହ ନୂଆ ପାଠ୍ୟପୁସ୍ତକରେ ଧରାପଡ଼ିଥିବା ଅନେକ ତ୍ରୁଟି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
    ଦୀର୍ଘ ଦିନର ଛୁଟି ପରେ ପୁଣି ଖୋଲିଲା ସ୍କୁଲ । ନୂଆ ବହି, ନୂଆ ନୀତି, ନୂଆ ଉତ୍ସାହ । ଛୁଟି ସରିଲା, ଦାୟିତ୍ୱ ଆରମ୍ଭ ହେଲା । ଏହାରି ମଧ୍ୟରେ କିଛି ଜିଲ୍ଲାରେ ଶେଷ ହୋଇଛି ଖରା ଛୁଟି । ରାଜ୍ୟର ପ୍ରାୟ ୨୦ ଟି ଜିଲ୍ଲାରେ ଖରା ଛୁଟି ଶେଷ ହେବା ସହ ଆଜିଠୁ ସ୍କୁଲ ଖୋଲିଛି । ବାକି ୧୦ ଜିଲ୍ଲାରେ ଜିଲ୍ଲାପାଳ ଖରାଛୁଟି ଅବଧିକୁ ବଢାଇ ଥିବାରୁ ସେଠାରେ ୨୦ ତାରିଖରୁ ସ୍କୁଲ ଖୋଲିବ । ଏପରିକି ଅନେକ ଜିଲ୍ଲାରେ ମଧ୍ୟ ସକାଳୁଆ ସ୍କୁଲ ଜରାଯାଇଛି ।

    ରାଜ୍ୟରେ ମୌସୁମୀ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗରମ ଗୁଳୁଗୁଳିରୁ ତ୍ରାହି ମିଳୁନାହିଁ । ଯେଉଁଭଳି ଭାବରେ ଖୋର୍ଦ୍ଧା, କଟକ ଜିଲ୍ଲାରେ 40-45 ଡିଗ୍ରୀ ଭଳି ତାତି ରହୁଛି ସକାଳ ସମୟରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଏଭଳି ଅସ୍ବାଭାବିକ ଗରମ ଜ୍ଵାଳାରେ ଛଟପଟ ହୋଇ ୨୦ ଜିଲ୍ଲାରେ ପିଲା କେମିତି ସ୍କୁଲ ଯିବେ ତାକୁ ନେଇ ଉଠିଛି ପ୍ରଶ୍ନ।
    ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ ଓ ଅନୁଗୋଳ ସମେତ କିଛି ଜିଲ୍ଲାରେ ଖରାକୁ ଦୃଷ୍ଟିରେ ରଖି ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁସାରେ ପ୍ରବଳ ଗରମ ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି।

    ସେହିପରି ବଲାଙ୍ଗିର ଜିଲ୍ଲାରେ ଆଜି ଠାରୁ ସକାଳୁଆ ସ୍କୁଲ୍‌ ଆରମ୍ଭ ହୋଇଛି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ ବୋଲି ନିଷ୍ପତ୍ତି ନେଇଛନ୍ତି। ନୂଆପଡ଼ା ଜିଲ୍ଲାରେ ମଧ୍ୟ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌ ଚାଲିବ ଏବଂ ସକାଳ ୬ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଶ୍ରେଣୀଗୃହ କାର୍ଯ୍ୟକ୍ରମ ହେବ।

    ଏପଟେ ଆଜିଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ର ପିଲାମାନେ ନୂଆ ବହିରୁ ପାଠ ପଢିବେ । ପାଠ୍ୟପୁସ୍ତକର ହୋଇଛି ଅନେକ ପରିବର୍ତ୍ତନ । ହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ପାଠ୍ୟପୁସ୍ତକରେ ମାଳମାଳ ଭୁଲ । କେଉଁଠାରେ ବନ୍ନାନ ତ୍ରୁଟି ତ ଆଉ କେଉଁଠି ମହାପୁରୁଷଙ୍କ ନାଁ ଭୁଲ୍ ରହିଥିବା ନଜରକୁ ଆସିଛି । ଏପରିକି ‘ଓଡ଼ିଶା’ ବିଧାନସଭା ଚିତ୍ର ସ୍ଥାନରେ ‘କର୍ଣ୍ଣାଟକ’ ବିଧାନସଭା ଚିତ୍ରକୁ ସ୍ଥାନିତ କରାଯାଇଛି । ‘ଓଡ଼ିଶା’ର ନିୟମଗିରିକୁ ‘ଝାଡ଼ଖଣ୍ଡ’ର ନିୟମଗିରି, ସୁନନ୍ଦା ପଟ୍ଟନାୟକଙ୍କ ନାମକୁ ସନନ୍ଦା ପଟ୍ଟନାୟକ ବୋଲି ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଅଭିଭାବକ । ସେପଟେ ସରକାର ଏସବୁ ଭୁଲକୁ ସ୍ବୀକାର କରିବା ସହ ଶିକ୍ଷକମାନେ ଭୁଲ ଗୁଡ଼ିକୁ ସଂଶୋଧନ କରି ପିଲାଙ୍କୁ ପଢ଼ାଇବାକୁ କୁହାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook