Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏଣିକି ଛାତ୍ରୀଛାତ୍ର ସ୍କୁଲ ନିୟମିତ ନ ଗଲେ ଘରକୁ ଯିବେ ଶିକ୍ଷକ

    Share on :
    ajab-Image
    Date: Jan 10, 2026    Views: 3142

    ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଛାତ୍ରୀଛାତ୍ର ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ। ସପ୍ତାହେ ପିଲା ସ୍କୁଲରେ ଅନୁପସ୍ଥିତ ରହିଲେ ଘରକୁ ଶିକ୍ଷକ ଯିବେ। ଏନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିଠି ଲେଖିଛି। କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ସ୍କୁଲ କର୍ତ୍ତୃପକ୍ଷ ବୁଝିବେ।

    ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି ଅନୁଯାୟୀ, ଗତ ଡିସେମ୍ବର ୨୬ ତାରିଖରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍) ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଏଥିରେ ଡ୍ରପ୍ ଆଉଟ୍ ହାର ରୋକିବା, ଶିଶୁ ଶ୍ରମିକ ରୋକିବା ଓ ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁଥି ପାଇଁ ଯଦି କୌଣସି ପିଲା ଏକ ସପ୍ତାହ ଧରି ସ୍କୁଲ ନଆସେ ତେବେ ତା ଘରକୁ ସ୍କୁଲ ଶିକ୍ଷକ ଯିବେ । ଆବଶ୍ୟକ ହେଲେ ପ୍ରଧାନଶିକ୍ଷକ, ସ୍କୁଲ ପରିଚାଳନା କମିଟି(ଏସ୍ଏମ୍‌ସି) ସଦସ୍ୟ ଘରକୁ ଯିବେ। ସିଧାସଳଖ ପିଲାର ବାପା, ମା’ଙ୍କ ସହ ଆଲୋଚନା କରିବେ । କ’ଣ ପାଇଁ ସ୍କୁଲ ଅଧାରୁ ଛାଡ଼ିଛି ତାର କାରଣ ପଚାରିବେ । ଏହା ପଛରେ ସାମାଜିକ-ଅର୍ଥନୈତିକ, ପ୍ରବାସୀ ଶ୍ରମିକ କିମ୍ବା ଅନ୍ୟ କାରଣ କଣ ରହିଛି ତା ବୁଝିବେ । ଏପରିକି ପିଲାଙ୍କୁ ପୁଣି ଥରେ ସ୍କୁଲରେ ନାମ ଲେଖାଇବେ । ଏହା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କାର୍ୟ୍ୟକାରୀ ବାଧ୍ୟତାମୂଳକ ବୋଲି କୁହାଯାଇଛି ।

    ସେହିପରି ଯଦି ଘର ପରିଦର୍ଶନ ସମୟରେ ସୂଚନା ପାଆନ୍ତି ଯେ, ଆର୍ଥିକ ସମସ୍ୟା ପାଇଁ ପିଲାଟି କୌଣସି ସ୍ଥାନରେ ଶିଶୁ ଶ୍ରମିକ ଭାବେ କାର୍ୟ୍ୟ କରୁଛି ତେବେ ଶ୍ରମ ବିଭାଗ ସହ ଯୋଗାଯୋଗ କରି ଶିଶୁଟିକୁ ମୁଖସ୍ରୋତରେ ସାମିଲ କରିବାକୁ କାର୍ୟ୍ୟ କରିବେ । ଘରକୁ ପରିଦର୍ଶନ ସମୟରେ ଯଦି ଜାଣିବାକୁ ପାଆନ୍ତି, ବାଲ୍ୟ ବିବାହ ପାଇଁ ଶିଶୁଟି ଅଧାରୁ ପାଠପଢ଼ା ଛାଡ଼ିଛି ତେବେ ଏହାକୁ ରୋକିବେ ।

    Maximum 500 characters

    ତାଜା ଖବର View all

    Find Us on Facebook