ମୁଖ୍ୟ ଖବର
ଭୁବନେଶ୍ୱର: ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ । ବର୍ତ୍ତମାନ ସମୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି । ଏବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢ଼ା ଜାରି ରହିଛି । କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ସ୍ଥିତିକୁ ନେଇ ନିଷ୍ପତ୍ତି ନେବାରେ ବିଳମ୍ୱ ହୋଇଛି ।
ଉଲ୍ଲେଖନୀୟ ୟେ ବର୍ତ୍ତମାନ ସମୟରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ପୁନଃ ସଂକ୍ରମଣ ବୃଦ୍ଧି ପାଇଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ସଚେତନମୂଳକ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢ଼ା ପାଇଁ ନିଷ୍ପତ୍ତି ନିଆଯାଇ ନାହିଁ ।
Comments ସମସ୍ତ ମତାମତ