ମୁଖ୍ୟ ଖବର
କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ୍ (ଏସ୍ସିବି) ଟ୍ରମା କେୟାର୍ ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଓ ଜୀବନହାନି ଘଟଣାର ନ୍ୟାୟିକ ତଦନ୍ତ ଅବଧିକୁ ରାଜ୍ୟ ସରକାର ପୁଣି ଥରେ ବୃଦ୍ଧି କରିଛନ୍ତି ।ଗୃହ ବିଭାଗ (ସ୍ୱତନ୍ତ୍ର ଶାଖା) ପକ୍ଷରୁ ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏହି ଘଟଣାର ତଦନ୍ତ କରୁଥିବା ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱାଧୀନ କମିସନଙ୍କ କାର୍ଯ୍ୟକାଳକୁ ଆସନ୍ତା ସେପ୍ଟେମ୍ୱର ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ପୂର୍ବରୁ କମିସନଙ୍କ କାର୍ଯ୍ୟକାଳକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଏବଂ ପୂର୍ବ ନିର୍ଦ୍ଧାରିତ ସମୟସୀମା ଶେଷ ହୋଇଥିବାରୁ, ସରକାର ଏହି ଅବଧିକୁ ଆଉ ଦୁଇ ମାସ ଅର୍ଥାତ୍ ସେପ୍ଟେମ୍ୱର ୧୫ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ କି, ଗତ ମାର୍ଚ୍ଚ ୧୫ ତାରିଖରେ ଏସ୍ସିବି ଟ୍ରମା କେୟାର୍ ଆଇସିୟୁରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା । ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏହି ତଦନ୍ତ କମିସନ ଗଠନ କରିଛନ୍ତି ।
Comments ସମସ୍ତ ମତାମତ