Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଂଗ୍ରେସ ଛାଡ଼ିବେ ସତ୍ୟ ନାୟକ ?

    Share on :
    ajab-Image
    Date: Jan 21, 2020    Views: 52321

    ଭୁବନେଶ୍ୱର : ନିର୍ବାଚନ ବେଳ ଠାରୁ ଏଯାବତ ପ୍ରତିଦିନ ବିଜେଡ଼ି ଓ ବିଜେପିକୁ ଘେରୁଥିଲେ ସତ୍ୟ ପ୍ରକାଶ ନାୟକ  । ନୂଆ ନୂଆ ପ୍ରସଙ୍ଗରେ ସରକାରଙ୍କୁ ସେ ନିଶାନା ସାଧୁଥିଲେ  । ତଥ୍ୟ ପ୍ରମାଣ ସହ ବର୍ଷୁଥିଲେ  । କିନ୍ତୁ ଏବେ ସତ୍ୟଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିବାର ଉଦ୍ୟମ କରିଛି ପିସିସି  । 

    ସାଧାରଣ ନିର୍ବାଚନ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ତମାମ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ନୀରବ ଥିଲେ  । କିନ୍ତୁ କଂଗ୍ରେସ ଭବନରେ କେବଳ ସତ୍ୟଙ୍କ ଗର୍ଜନ ହିଁ ଶୁଣିବାକୁ ମିଳୁଥିଲା  । ଗାଏମୋଟ କହିଲେ ନୀରବି ଯାଇଥିବା କଂଗ୍ରେସକୁ ସେ ହିଁ ଚଳଚଂଚଳ କରି ରଖିଥିଲେ  । ତେବେ ଆଶ୍ଚର୍ଯ୍ୟର କଥା ଶ୍ରୀ ନାୟକଙ୍କୁ ଅଧିକ ଦାୟିତ୍ୱ ଦେବା ବଦଳରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇଛନ୍ତି  ।

    ମିଳିଥିବା ସୂଚନାନୁଯାୟୀ, ସତ୍ୟ ପ୍ରକାଶ ନାୟକଙ୍କୁ ଦାୟିତ୍ୱରୁ ଅନ୍ତର କରି ପଂଚାନନ କାନୁନଗୋଙ୍କୁ ମିଡ଼ିଆ ବିଭାଗର ଅଧ୍ୟକ୍ଷ କରାଯାଇଛି । ଏହାର ଆବାହକ ରହିଛନ୍ତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର  । ଯେତେବେଳେକି ସତ୍ୟଙ୍କୁ କେବଳ ରିସୋର୍ସ ପର୍ସନ ଭାବେ ଦାୟିତ୍ୱ ଦିଆଯାଇଛି  । ଏହି ଟିମରେ ରହିଛନ୍ତି ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ତାରା ପ୍ରସାଦ ବାହିନୀପତି, ଜୟଦେବ ବେଉରା ଓ ଯଜେ୍ଞଶ୍ୱର ବାବୁ  । ଏନେଇ ଆମେ ଶ୍ରୀ ନାୟକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେବି ସମ୍ଭବପର ହୋଇନଥିଲା  ।

    Maximum 500 characters

    ତାଜା ଖବର View all

    Find Us on Facebook