Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଲେଖିକି ଦେଉଛି ତୃତୀୟ ଥର ପାଇଁ ମୋଦୀ ସରକାର କ୍ଷମତାରେ ବସିବେ ନାହିଁ:ସତ୍ୟପାଲ ମଲ୍ଲିକ

    Share on :
    ajab-Image
    Date: Oct 26, 2023    Views: 4152

    ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଦେଇଥିବା ସାକ୍ଷାତକାର ଏବେ ଚର୍ଚ୍ଚାରେ । ଆଦାନୀ, ପୁଲୱାମା ପ୍ରସଙ୍ଗ ସମେତ ମଣିପୁର ହିଂସା କଥା ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ଉପ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ୨୦୨୪ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଲେଖିକି ଦେଉଛି ତୃତୀୟ ଥର ପାଇଁ ମୋଦୀ ସରକାର କ୍ଷମତାରେ ବସିବେ ନାହିଁ । ପୁଲୱାମା ଆକ୍ରମଣ ପୂର୍ବରୁ ସିଆରପିଏଫ ଯବାନଙ୍କ ପାଇଁ ସେ ଗୃହମନ୍ତ୍ରାଳୟକୁ ଅନୁରୋଧ କରିଥିଲେ । କିନ୍ତୁ ଏହା ପ୍ରଥମେ ବିଳମ୍ବ ହୋଇଥିଲା ପରେ ଖାରଜ ହୋଇଥିଲା ।

    ସତ୍ୟପାଲ କହିଛନ୍ତି, ଆକ୍ରମଣ ଘଟଣା ପରେ ଏହି କଥା ନକହିବାକୁ ପ୍ରଧାନମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଥିଲେ ବୋଲି କହିଛନ୍ତି । ସେହିପରି ମଣିପୁର ହିଂସା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook