Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କକ୍ଷପଥରେ ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩

    Share on :
    ajab-Image
    Date: Oct 31, 2026    Views: 2656

    ନୂଆଦିଲ୍ଲୀ: ନାଭିଗେସନ୍ କ୍ଷେତ୍ରରେ ଭାରତ ଲମ୍ବା ଉଡ଼ାଣ ଭରିଛି । ବିଦେଶୀ ଜିପିଏସ୍ ଉପରୁ କମିବ ନିର୍ଭରତା । ସେନାକୁ ମିଳିବ ଉନ୍ନତ ନାଭିଗେସନ୍ ସୁବିଧା । ମହାକାଶରେ ଭାରତ ବଡ଼ ସଫଳତା ହାସଲ କରିଛି । ଭାରତକୁ ତାର ନିଜସ୍ୱ ଜିପିଏସ୍ ସିଷ୍ଟମ ମିଳିଛି । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଶୁକ୍ରବାର ରାତିରେ ପରବର୍ତ୍ତୀ ପିଢ଼ିର ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ପ୍ରକ୍ଷେପଣ କେନ୍ଦ୍ରରୁ ରାତି ୧୧ଟା ୫୧ ମିନିଟ୍‌ରେ ଜିଏସ୍ଏଲ୍‌ଭି-ଏଫ ୧୮ ରକେଟ ସହାୟତାରେ ଏହି ଉପଗ୍ରହକୁ ମହାକାଶକୁ ପଠାଯାଇଥିଲା ।

    ପ୍ରକ୍ଷେପଣର ୧୮ ମିନିଟ୍‌ରେ ଜିଏସ୍ଏଲ୍‌ଭି ରକେଟ ୨,୨୩୨ କି.ଗ୍ରା ଓଜନ ବିଶିଷ୍ଟ ଏନ୍‌ଭିଏସ୍ -୦୩ ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ସବୁଠୁ କମ୍ ୧୭୦ କି.ମି ଓ ସର୍ବାଧିକ ୩୭,୦୨୩ କି.ମି ଉପରେ ଥିବା ଜିଓସିଙ୍କ୍ରୋନସ ଟ୍ରାନ୍ସଫର ଅର୍ବିଟ (ଜିଟିଓ)ରେ ସ୍ଥାପନ କରିଛି । ନାଭ୍ଆଇସି ମିଶନ ଅଧୀନରେ ଏହି ଉପଗ୍ରହ ମହାକାଶକୁ ପଠାଯାଇଛି । ନାଭ୍ଆଇସିର ପୁରା ନାମ ହେଉଛି ନାଭିଗେସନ ୱିଥ୍ ଇଣ୍ଡିଆନ କନଷ୍ଟେଲେସନ । ଏହା ଭାରତର ନିଜସ୍ୱ କ୍ଷେତ୍ରୀୟ ସାଟେଲାଇଟ୍ ନାଭିଗେସନ ସିଷ୍ଟମ । ଇସ୍ରୋ ଏହାର ବିକଶିତ କରିଛି । ଏନ୍‌ଭିଏସ୍-୦୩ ହେଉଛି ପରବର୍ତ୍ତୀ ପିଢ଼ି ନାଭିଗେସନ ସାଟେଲାଇଟ ପର୍ଯ୍ୟାୟର ତୃତୀୟ ଉପଗ୍ରହ । ଏଥିରେ ସ୍ୱଦେଶୀ ଆଣବିକ କ୍ଲକ୍ ସହିତ ବାହାର ଆଣବିକ କ୍ଲକ ଲାଗିଛି ।
    ଏଥିରେ ରହିଥିବା ଏଲ୍୫/ ଏସ୍ ସିଗ୍ନାଲ ବ୍ୟତୀତ ଏଲ୍-୧ ସିଗ୍ନାଲ ମଧ୍ୟ ରହିଛି । ଏହି ଉପଗ୍ରହ ସମଗ୍ର ଭାରତ ଓ ଭାରତୀୟ ଭୌଗୋଳିକ ସୀମାର ଚାରିପାଶ୍ୱର୍ରେ ୧୫୦୦ କି.ମି ପରିବ୍ୟାପ୍ତ ଅଞ୍ଚଳ ପର୍ଯ୍ୟନ୍ତ ନଜର ରଖିପାରିବ । ୧୯୯୯ କାର୍ଗିଲ ଯୁଦ୍ଧ ପରେ ନାଭ୍ଆଇସି ଉପଗ୍ରହ ନିର୍ମାଣ କରିବାର ଆବଶ୍ୟକତା ପଡିଥିଲା । କାରଣ ସେତେବେଳେ ଭାରତ ଆମେରିକା ଜିପିଏସ୍ ଠାରୁ ସୈନ୍ୟକ୍ଷେତ୍ରର ଅବସ୍ଥିତି ସମ୍ପର୍କରେ ସୂଚନା ମାଗିଥିଲା । କିନ୍ତୁ ଆମେରିକା ଦେବାକୁ ମନା କରିଦେଇଥିଲା । ଏହା ପରେ ଭାରତ ନିଜସ୍ୱ ଜିପିଏସ୍ ପ୍ରସ୍ତୁତ କରିଥିଲା । ଏହି ଉପଗ୍ରହ ଫଳରେ ସେନାକୁ ଉନ୍ନତ ତଥା ସଠିକ୍ ନାଭିଗେସନ ମିଳିପାରିବ । ନାଭ୍ଆଇସି ଜିପିଏସ୍‌ରେ ସ୍ଥାନ ନେବନାହିଁ । କାରଣ ଜିପିଏସ୍ ସମଗ୍ର ବିଶ୍ୱରେ କାମ କରିଥାଏ । କିନ୍ତୁ ନାଭ୍ଆଇସି ଭାରତ ସମେତ ଏହାର ଆଖପାଖ ଅଞ୍ଚଳରେ କାମ କରିବ । ନାଭ୍ଆଇସିର ଉଦ୍ଦେଶ୍ୟ ଜିପିଏସ୍‌କୁ ହଟାଇବା ନୁହେଁ, ବରଂ ବିଦେଶୀ ପ୍ରଣାଳୀ ଉପରେ ଭାରତର ନିର୍ଭରତା ହ୍ରାସ କରିବା ଲାଗି ଏହି ଉପଗ୍ରହକୁ ମହାକାଶ ପଠାଯାଇଛି ।
    ନାଭ୍ଆଇସି ଉପଗ୍ରହ ମାଧ୍ୟମରେ ମୋବାଇଲ୍ ଓ ନାଭିଗେସନ ଉପକରଣ ସଠିକ ଲୋକେସନ ସୁବିଧା ମିଳିପାରିବ । ସେହିଭଳି ଟ୍ୟାକ୍ସି, ବସ୍ ଓ ଟ୍ରକ କେଉଁ ଅଞ୍ଚଳରେ ଯାଉଛି ତାକୁ ଭଲ ଭାବେ ଟ୍ରାକିଂ କରାଯାଇପାରିବ । ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ଉପଯୁକ୍ତ ବାଟ ଦେଖାଇବା ସହ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ଲୋକେସନକୁ ଟ୍ରାକ୍ କରାଯାଇ ପାରିବ । ଚାଷୀମାନଙ୍କୁ ପାଣିପାଗ ସଂକ୍ରାନ୍ତ ସଦ୍ୟତମ ସୂଚନା ମିଳିପାରିବ । ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସହଜ ହେବ । ବିମାନ ଓ ଜାହାଜର ନାଭିଗେସନରେ ସହାୟକ ହେବ । ଏଥିସହ ଦୂରସଂଚାର, ବ୍ୟାକିଂ ଓ ବିଦ୍ୟୁତ ଗ୍ରୀଡ୍ ଭଳି ସେବାର ସଠିକ୍ ସମୟର ସୂଚନା ମିଳିପାରିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook