Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଫଳ ଭାବେ କକ୍ଷପଥରେ ପ୍ରବେଶ କଲା ବ୍ଲୁବର୍ଡ ବ୍ଲକ-୨

    Share on :
    ajab-Image
    Date: Dec 24, 2025    Views: 2463

    ଉତକ୍ଷେପଣର ପ୍ରାୟ ଦେଢ ଘଣ୍ଟା ପରେ କକ୍ଷପଥରେ ସଫଳ ଭାବେ ପ୍ରବେଶ କଳା ଉପଗ୍ରହ ବ୍ଲୁବର୍ଡ ବ୍ଲକ-୨ । ଏନେଇ ସୂଚନା ପ୍ରଦାନ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ ।

    ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ମହାକାଶରେ ନିଜର ପ୍ରାଧାନ୍ୟ ପ୍ରମାଣିତ କରିଛି । ଇସ୍ରୋ ଆଜି ସକାଳ ୮:୫୪ ସମୟରେ ଏହାର ସବୁଠାରୁ ଶକ୍ତିଶାଳୀ ରକେଟ୍, ଲଞ୍ଚ ଯାନ ମାର୍କ-୩ (LVM3-M6) ବ୍ୟବହାର କରି ଆମେରିକୀୟ କମ୍ପାନୀ AST ସ୍ପେସମୋବାଇଲର ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ଉପଗ୍ରହ ବ୍ଲୁବର୍ଡ ବ୍ଲକ-୨କୁ ନିମ୍ନ ପୃଥିବୀ କକ୍ଷପଥ (LEO)ରେ ଉତକ୍ଷେପଣ କରିଛି । ଉତକ୍ଷେପଣର ପରେ ଦେଢ ଘଣ୍ଟା ପରେ ଏହା ସଫଳ ଭାବେ କକ୍ଷପଥରେ ପ୍ରବେଶ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅଧ୍ୟକ୍ଷ ଭି ନାରାୟଣନ୍ । ଏହି କୃତିମ ଉପଗ୍ରହର ସ୍ଥାପନ ଫଳରେ ମୋବାଇଲ୍‌ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ । ମୋବାଇଲ୍‌ ନେଟୱର୍କ ପାଇଁ ଆଉ ଟାୱାର ଦରକାର ପଡିବନି ।
    ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ କହିଛନ୍ତି, ଆଜି ଆମେ LVM-3 M6 ରକେଟ୍ ସଫଳତାର ସହିତ ଉତକ୍ଷେପଣ କରିଛୁ । ଯାହା ଆମେରିକାର ଏକ ବାଣିଜ୍ୟିକ ଉପଗ୍ରହ ବ୍ଲୁବର୍ଡ ବ୍ଲକ-୨ ଯୋଗାଯୋଗ ଉପଗ୍ରହକୁ ନିର୍ଦ୍ଦିଷ୍ଟ କକ୍ଷପଥରେ ପ୍ରବେଶ କରାଇଛି । ଏହା ଭାରତ ମାଟିରୁ ଉଠାଯାଇଥିବା ସବୁଠାରୁ ଭାରୀ ଉପଗ୍ରହ, ଯାହାର ଓଜନ ୫୯୦୮ କିଲୋଗ୍ରାମ । ପ୍ରଥମ ଥର ପାଇଁ, ଭାରତ ଏକ ଭାରୀ, ଉଚ୍ଚ-ଶକ୍ତି ବିଶିଷ୍ଟ ଇଲେକ୍ଟ୍ରୋମେକାନିକାଲ୍ ଆକ୍ଟୁଏଟର ବିକଶିତ କରିଛି । ଉତକ୍ଷେପଣ ସଫଳ ହେବ ପରେ ଅଧ୍ୟକ୍ଷ ଭି ନାରାୟଣନ ଏବଂ ବୈଜ୍ଞାନିକଙ୍କ ଦଳ ବ୍ଲୁବର୍ଡ ବ୍ଲକ-୨ ବହନ କରୁଥିବା LVM3-M6 ରକେଟର ଏକ ମଡେଲକୁ ପ୍ରଦର୍ଶନ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook