Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ

    Share on :
    ajab-Image
    Date: Apr 9, 2026    Views: 3031

    ଭୁବନେଶ୍ୱର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ ହୋଇଛି । ସସ୍ମିତ ପାତ୍ରଙ୍କ ଇସ୍ତଫା ଗ୍ରହଣ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୂଚନାଥାଉକି, ଗତକାଲି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ପାଇଁ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ସସ୍ମିତ ପାତ୍ର । ଆଜି ତାହା ଗୃହୀତ ହୋଇଛି । ସସ୍ମିତଙ୍କୁ ସଂସଦୀୟ ନେତା ପଦରୁ ହଟାଇବା ପାଇଁ ନବୀନଙ୍କୁ ଚିଠି ଲେଖିଥିଲେ କିଛି ସାଂସଦ ।

    ସାଧାରଣ ନିର୍ବାଚନ ପରେ ବିଜେଡିରେ ସବୁକିଛି ଠିକ ଚାଲିନାହିଁ ବୋଲି ଅଭିଯୋଗ ହୋଇଆସୁଛି । ବିଜେଡିରେ ଅସନ୍ତୋଷ ନେଇ ଦଳର ନେତା, ଦଳ ଛାଡୁଥିବା ନେତା, ବିରୋଧୀ ଦଳର ନେତା ଓ ରାଜନୈତିକ ସମୀକ୍ଷକ ଅନେକ ଥର ମୁହଁ ଖୋଲିଛନ୍ତି । ଅତୀତରେ ବିଜେଡିରେ ଘଟିଥିବା ବିଭିନ୍ନ ଘଟଣା ଅଭିଯୋଗକୁ ମଧ୍ୟ ପ୍ରମାଣିତ କରିଛି । ଆଉ ବର୍ତ୍ତମାନ ବିଜେଡିରେ ଅନ୍ତଃକନ୍ଦଳ ଚରମ ସୀମାରେ ପହଁଚିଥିବା ଅଭିଯୋଗ ହେଉଛି । ଏହାର ପରିଣାମ ସ୍ୱରୂପ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।
    ଗତ ସପ୍ତାହରେ ସସ୍ମିତ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାପଡିଛି । ତେବେ ସସ୍ମିତଙ୍କ ଇସ୍ତଫାର କାରଣ ସ୍ପଷ୍ଟ ହୋଇନାହିଁ । ଅଘୋଷିତ ଚାପ କିମ୍ବା ବ୍ୟକ୍ତିଗତ କାରଣରୁ ସସ୍ମିତ ଇସ୍ତଫା ଦେଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook