Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଫେରିଲେ ସସ୍ମିତ: କିନ୍ତୁ କିଛି କହିଲେନି

    Share on :
    ajab-Image
    Date: Apr 10, 2025    Views: 3719

    ଭୁବନେଶ୍ୱର: ରାଜ୍ୟସଭାରେ ୱାକଫ ବିଲ ଭୋଟିଂକୁ ନେଇ ବିଜେଡି ରାଜନୀତି ହଇଚଇ ସୃଷ୍ଟି ହୋଇଥିବାବେଳେ ବିଦେଶରୁ ଫେରିଲେ ଏନେଇ ସବୁକଥା କହିବେ ବୋଲି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଥିଲେ । କିନ୍ତୁ ଗୁରୁବାର ସେ ବିଦେଶଗସ୍ତରୁ ଫେରିଥିଲେ ହେଁ ଏନେଇ କିଛି କହିବା ନେଇ ମନା କରିଦେଇଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ସସ୍ମିତ ଘଟଣା ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି ।  ୱାକଫ ବିଲ ଭୋଟିଂକୁ ନେଇ ଦଳରେ ବିବାଦ ସୃଷ୍ଟି ହୋଇଥିଲେ ହେଁ ସେ କିଛି କହିନାହାନ୍ତି । କେବଳ ଦଳ ଏନେଇ ସ୍ପଷ୍ଟୀକରଣ ଦେବ ବୋଲି ସସ୍ମିତ କହିଛନ୍ତି । ସସ୍ମିତଙ୍କ ବିବେକାନୁମୋଦିତ ଭୋଟିଂ ଟ୍ୱିଟକୁ ନେଇ ବିବାଦ ଥମୁନଥିବାବେଳେ ସେ ମୁହଁ ଖୋଲୁନାହାନ୍ତି । ଫଳରେ ସେ ରହସ୍ୟକୁ ଆହୁରି ବଢ଼ାଇଛନ୍ତି ।

    ପ୍ରକାଶ ଯେ   ୱାକଫ ବିଲ ଭୋଟିଂକୁ ନେଇ ବିଜେଡି ଏବେ ଫାଳ ଫାଳ । ତେବେ ତାସକେଣ୍ଟରୁ ଫେରିବା ପରେ ସସ୍ମିତ ସବୁ କଥା କହିବେ ବୋଲି କହିଥିଲେ । କିନ୍ତୁ ସସ୍ମିତ ତାସକେଣ୍ଟରୁ ଫେରି ନୂଆଦିଲ୍ଲୀରେ ପହଞ୍ଚିଥିଲେ ହେଁ କିଛି କହିବାକୁ ମନା କରି ସବୁ ଦଳ ଉପରେ ଛାଡ଼ିଦେଇଛନ୍ତି ।  

    Maximum 500 characters

    ରାଜନୀତି View all

    Find Us on Facebook