Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଓଡିଶାବାସୀ ଜାଣିଛନ୍ତି ମୁଁ କିଏ : ଶଶିଭୂଷଣ

    Share on :
    ajab-Image
    Date: May 17, 2023    Views: 3278

    ଭୁବନେଶ୍ୱର: ବୋହୂଙ୍କ ଅଭିଯୋଗ ପରେ ଶଶିଭୂଷଣ ବେହେରାଙ୍କ ଜବାବ । ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଲେ ଶଶିଭୂଷଣ । ଘଟଣାକୁ ନେଇ ମୁଁ ମର୍ମାହତ, ଦୁଃଖିତ ଏବଂ ଆଶ୍ଚର୍ୟ୍ୟ ଚକିତ । ବିବାହର ୨ ବର୍ଷ ପରେ ଅଭିଯୋଗକୁ ଗ୍ରହଣ କରିପାରୁନି । ଖାଲି ସେତିକି ନୁହେଁ ଯୌତୁକ ଦାବିକୁ ଖଣ୍ଡନ କରିଛନ୍ତି ଶଶିଭୂଷଣ । ପୁଅ ନାଁରେ ଥିବା ପରକୀୟପ୍ରୀତି ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଓଡିଶାବାସୀ ଜାଣିଛନ୍ତି ମୁଁ କିଏ ।
    ବାଙ୍କୀ ଥାନାରେ ଯୌତୁକ ନିର୍ୟାତନା ଅଭିଯୋଗ ଆଣିଛନ୍ତି ରୋନାଲି । ଏତଲାରେ ଶଶୀଭୂଷଣ ବେହେରାଙ୍କ ପରିବାର ନାଁରେ ଅଭିଯୋଗ ରହିଛି । ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ୟାତନା ପାଇଥିବା ଅଭିଯୋଗ ଆଣିଛନ୍ତି । ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିିଛନ୍ତି । ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ୟ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି । ରୋନାଲିଙ୍କ ବାପା ଜଣେ ଅବସରପ୍ରାପ୍ତ ବିଚାରପତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook