ମୁଖ୍ୟ ଖବର
ନୂଆଦିଲ୍ଲୀ: ରାହୁଲଙ୍କ ବୈଠକରେ ପୁଣି ଯୋଗ ଦେଲେନି ଶଶି ଥରୁର। ଚଳିତ ସଂସଦ ଅଧିବେଶନରେ ଦଳର ପ୍ରଦର୍ଶନ ସମୀକ୍ଷା କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସାଂସଦମାନଙ୍କର ଏକ ବୈଠକ ଡାକିଥିଲେ। ବୈଠକରେ ସାଂସଦ ଶଶି ଥରୁର ଯୋଗ ଦେବେ କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ଶଶି ଥରୁର ଯୋଗ ଦେଇ କଂଗ୍ରେସର ପ୍ରଦର୍ଶନ ଉପରେ କ’ଣ ମତ ରଖିବେ, ତାହା ଜାଣିବାକୁ ଉତ୍ସାହିତ ଥିଲେ ଲୋକେ। ହେଲେ ଗତଥର ଭଳି ଏଥର ମଧ୍ୟ ବୈଠକରେ ଯୋଗ ଦେଇନଥିଲେ ଶଶି ଥରୁର। କେରଳ, ତିରୁବନନ୍ତପୁରମର ସାଂସଦ ଶଶି ଥରୁର ଏଭଳି କରି ଏବେ ଚର୍ଚ୍ଚା ଆହୁରି ବଢ଼ାଇଛନ୍ତି। ଅନେକ ଥର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥିବା ବେଳେ ପ୍ରକୃତରେ ଶଶି କାହାର ସମର୍ଥନ ବୋଲି ଲୋକେ ପ୍ରଶ୍ନ କରିସାରିଛନ୍ତି।ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ୩ଥର ଶଶି ଥରୁର କଂଗ୍ରେସ ବୈଠକରେ ଅନୁପସ୍ଥିତ ରହିଛନ୍ତି। ତେବେ ସେ ଏହାର କାରଣ ମଧ୍ୟ ଜଣାଇଥିବା ସାମ୍ନାକୁ ଆସିଛି।
Comments ସମସ୍ତ ମତାମତ