ମୁଖ୍ୟ ଖବର
କଟକ: ଶିଳ୍ପୋଦ୍ୟୋଗୀ ତଥା ରୁଚି ମସଲା କମ୍ପାନୀର ପ୍ରତିଷ୍ଠାତା ଡ.ଶରତ କୁମାର ସାହୁ(୭୬)ଙ୍କର ରବିବାର ମୁମ୍ବଇର ଲୀଳାବତୀ ହସ୍ପିଟାଲରେ ମଧ୍ୟାହ୍ନ ୧୨ଟାରେ ପରଲୋକ ହୋଇଯାଇଛି। ଅସୁସ୍ଥତା କାରଣରୁ ଡ. ସାହୁ ଗତ ଅକ୍ଟୋବର ୩୦ରେ ଲୀଳାବତୀରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ସଙ୍ଗୀତା ସାହୁ, ପୁତ୍ର ଅରବିନ୍ଦ ସାହୁ, କନ୍ୟା ରଶ୍ମୀ ସାହୁ, ପୁତ୍ରବଧୂ ସଲିନା ସାହୁ ଓ ପ୍ରିୟଜନ ଉପସ୍ଥିତ ଥିଲେ। ଡ. ସାହୁଙ୍କ ପରଲୋକ ଖବର ଓଡ଼ିଶାର ଶିଳ୍ପ ଓ ଉଦ୍ୟୋଗ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡ. ସାହୁଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ଆଜି ତାଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା ପରେ ଶୋଭାଯାତ୍ରାରେ କଟକ କାଜିଢ଼ିହ ବାସଭବନକୁ ନିଆଯିବ। ସେଠାରୁ ମଧୁପାଟଣା ଶିଳ୍ପାଞ୍ଚଳସ୍ଥିତ ରୁଚି ପାସ୍ତା ଭିଲେଜଠାରେ ପୂର୍ବାହ୍ଣ ୧୧ରେ ସମସ୍ତଙ୍କ ଶେଷଦର୍ଶନ ପାଇଁ ରଖାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
Comments ସମସ୍ତ ମତାମତ