Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପିସିସି ପରିବର୍ତ୍ତନ ଆବଶ୍ୟକ: ଶରତ ରାଉତ

    Share on :
    ajab-Image
    Date: Jul 12, 2020    Views: 4466

    ଭୁବନେଶ୍ୱର: ଗୁଜରାଟ ପରେ ଓଡ଼ିଶା ପିସିସିରେ ପରିବର୍ତ୍ତନ ସମ୍ଭାବନା ନେଇ ଚର୍ଚ୍ଚା ଜୋର ଧରିଛି ।  ତେବେ ଏହାରି ଭିତରେ ପିସିସି ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ମତ ରଖିଛନ୍ତି କଂଗ୍ରେସ ନେତା ଶରତ ରାଉତ । 

    ସେ କହିଛନ୍ତି ଯେ,  ବର୍ତ୍ତମାନ ସ୍ଥିତିକୁ ଦେଖି ପିସିସି ପରିବର୍ତ୍ତନର ଆବଶ୍ୟକତା ରହିଛି ।  ନିର୍ବାଚନ ପୂର୍ବରୁ ଆର୍ଥିକ ସ୍ଥିତି ଓ ଅଭିଜ୍ଞତାକୁ ଦେଖି ନେତୃତ୍ୱ ବଦଳାଯାଉଥିଲା ।  ବିରୋଧୀ ଦଳଭାବେ ଭଲ ମୁକାବିଲା କରିବାକୁ ଜଣେ ଦକ୍ଷ ନେତା ଆବଶ୍ୟକ ।  ସଂଗଠନକୁ ଆଗକୁ ନେବା ଭଳି ଜଣେ ଦକ୍ଷ ନେତାଙ୍କ ଆବଶ୍ୟକତା ରହିଛି ବୋଲି ଶ୍ରୀ ରାଉତ କହିଛନ୍ତି । 

    ଏହା ପୂର୍ବରୁ  ପିସିସି ସଭାପତି ପରିବର୍ତ୍ତନ ନେଇ ଆଶା ବ୍ୟକ୍ତ କରିଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ପିସିସି ସଭାପତି ଦୌଡ଼ରେ ୧୩ ଜଣ ଥିବା ଶ୍ରୀ ରାଉତରାୟ କହିଥିଲେ । 
    ସେ କହିଥିଲେ ଯେ, ପିସିସି ସଭାପତି ଦୌଡ଼ରେ ଥିବା ୧୩ ଜଣଙ୍କ ମଧ୍ୟରୁ ଶରତ ପଟ୍ଟନାୟକ, ଶରତ ରାଉତ ଓ ପ୍ରସାଦ ହରିଚନ୍ଦନ  ପ୍ରମୁଖ ଦାବିଦାର ଅଛନ୍ତି ।  ଏହାଛଡ଼ା ଚିରଞ୍ଜୀବୀ ବିଶ୍ୱାଳ ଓ ଜୟଦେବ ଜେନା ମଧ୍ୟ ରେସରେ ଅଛନ୍ତି ବୋଲି ସେ କହିଛନ୍ତି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦେଶବ୍ୟାପୀ ପିସିସି ପରିବର୍ତ୍ତନ ନେଇ ବିଚାର କରୁଛନ୍ତି ।  ଯୁବଗୋଷ୍ଠୀଙ୍କୁ ଦାୟିତ୍ୱ ଦେବା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ସୁର ରାଉତରାୟ କହିଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook