Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଇଁ ଅନେକ ଆହ୍ୱାନ

    Share on :
    ajab-Image
    Date: May 24, 2022    Views: 7466

    ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ କରିବ କି କରିସ୍ମା
    ବିଧାୟକମାନଙ୍କୁ ସାଙ୍ଗରେ ନେଇ ଚାଲିପାରିବେକି ଶରତ ?
    ଛାତ୍ର, ଯୁବ ଓ ମହିଳା କଂଗ୍ରେସ ହେବକି ଚଳଚଂଚଳ ?

    ଓଡ଼ିଶା କଂଗ୍ରେସ ପାଇଛି ଏବେ ନୂଆ ମଙ୍ଗୁଆଳ  । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଶରତ ପଟ୍ଟନାୟକ ଓଡ଼ିଶା କଂଗ୍ରେସର ମଙ୍ଗ ସମ୍ଭାଳିଛନ୍ତି  । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ନିରଞ୍ଜନ ପଟ୍ଟନାୟକଙ୍କର ଇସ୍ତଫା ପତ୍ର ଗ୍ରହଣ କରିବା ପରେ ଶରତଙ୍କ କାନ୍ଧରେ ଏବେ କଂଗ୍ରେସ ଭାର ସମର୍ପି ଦେଇଛନ୍ତି  । 

    ପିସିସି ସଭାପତି ହେବା ପରେ ଶରତଙ୍କ ସାମ୍ନାରେ ଏବେ ଅନେକ ଆହ୍ୱାନ  । ପ୍ରଥମ ଆହ୍ୱାନଟି ହେଉଛି ବ୍ରଜରାଜନଗର ଉପନିର୍ବାଚନ  । ବିଗତ ଉପନିର୍ବାଚନମାନଙ୍କରେ କଂଗ୍ରେସର ପ୍ରାର୍ଥୀମାନେ ଅମାନତ ହରାଇଥିବାବେଳେ ଏହି ନିର୍ବାଚନ ଶରତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟିକରିଛି  । ଗୋଟିଏ ପଟେ ହାତରେ ଆଉ ମାତ୍ର ଦୁଇ ଚାରିଦିନ ସମୟ ଥିବାବେଳେ ଏଯାଏଁ ବ୍ରଜରାଜନଗରରେ କଂଗ୍ରେସ ଜୋରଦାର ପ୍ରଚାର ଆରମ୍ଭ କରିପାରିନାହିଁ  । ଏଭଳି ସମୟରେ ଶରତ କି ରଣନୀତି କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି  ।

    ଶରତଙ୍କ ପାଇଁ ମୁଖ୍ୟ ଆହ୍ୱାନ ହେଉଛି ଗୋଷ୍ଠୀକନ୍ଦଳ  । କନ୍ଦଳ କେବେବି କଂଗ୍ରେସକୁ ଛାଡ଼ୁନାହିଁ  । ଗୋଟିଏ ପଟେ ବିଧାୟକମାନେ ଜଣେ ବିଧାୟକଙ୍କୁ ପିସିସି ସଭାପତି କରିବାକୁ ଦାବି କରୁଥିଲେ  । କିନ୍ତୁ ହାଇକମାଣ୍ଡ ବାରବାର ପରାଜୟ ବରଣ କରୁଥିବା ଶରତଙ୍କ ହାତରେ କଂଗ୍ରେସର କମାଣ ଧରାଇ ଦେଇଛନ୍ତି  । ଏକ୍ଷେତ୍ରରେ ଶରତ ବିଧାୟକମାନଙ୍କୁ ସାଙ୍ଗରେ ନେଇପାରିବେ ତ ? ଏ ପ୍ରଶ୍ନ ଉଠିବା ସ୍ୱାଭାବିକ  ।

    ଖାଲି ପିସିସିର ପଦାଧିକାରୀ କି ନେତା ନୁହଁନ୍ତି ଦଳର ଛାମୁଆ ସଂଗଠନ ମଧ୍ୟ ଭିନ୍ନଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି  । ଯୁବ କଂଗ୍ରେସ ସହ ଛାତ୍ର କଂଗ୍ରେସର ତାଳମେଳ ନାହିଁ  । ଫଳରେ ସମାନ ପ୍ରସଙ୍ଗରେ ଦୁଇ ଛାମୁଆ ସଂଗଠନ ଭିନ୍ନ ଭିନ୍ନ ତରିକାରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି  । ସେହିପରି ମହିଳା ଭୋଟ ବ୍ୟାଙ୍କକୁ ଆକର୍ଷିତ କରିବାପାଇଁ ବିଜେଡ଼ି ତାଗଡ଼ା ରଣନୀତି କରୁଥିବାବେଳେ ବିଜେପି ବି ପଛରେ ପଡ଼ିନାହିଁ  । ହେଲେ ଏକ୍ଷେତ୍ରରେ କଂଗ୍ରେସର ମହିଳା ସଂଗଠନ ସମ୍ପୂର୍ଣ୍ଣ ନିଷ୍କ୍ରିୟ କହିଲେ ଭୁଲ ହେବନାହିଁ  । ତେଣୁ ଛାମୁଆ ନେତାମାନଙ୍କୁ ସାଙ୍ଗରେ ଧରି ଦଳକୁ ମଜବୁତ କରିବା ଏବେ ଶରତଙ୍କ ପାଇଁ ଆହ୍ୱାନ ସୃଷ୍ଟିକରିଛି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook