Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ପବିତ୍ର ବସନ୍ତ ପଞ୍ଚମୀ

    Share on :
    ajab-Image
    Date: Jan 23, 2026    Views: 2958

    ଭୁବନେଶ୍ୱର : ଶୁକ୍ରବାର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିରାଜିବେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀ । ଶିକ୍ଷାର୍ଥୀମାନେ ମା’ଙ୍କୁ ଆରାଧନା କରି ଆଶୀର୍ବାଦ ଗ୍ରହଣ କରିବେ। ବିଭିନ୍ନ ଅନୁଷ୍ଠାନ ଓ କାର୍ୟ୍ୟାଳୟରେ ମଧ୍ୟ ମା'ସରସ୍ୱତୀଙ୍କ ଆବାହନ କରାଯିବ । ସେଥିପାଇଁ ବିଦ୍ୟାଳୟଠୁ ଆରମ୍ଭ କରି କାର୍ୟ୍ୟାଳୟ ପର୍ୟ୍ୟନ୍ତ ସବୁଠି ଦେଖାଯାଇଛି ଉତ୍ସାହ । 

    ଗୁରୁବାର ବଜାରରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି । କିଏ ମୂର୍ତ୍ତି କିଣିବାରେ ବ୍ୟସ୍ତ ଥିଲେ ତ କିଏ ପୂଜା ସାମଗ୍ରୀ । ସନ୍ଧ୍ୟାରେ ପୂରା ସହର ଚଳଚଞ୍ଚଳ ହୋଇଉଠିଥିଲା । ପୂଜା ପାଇଁ ତାଜା ଫୁଲ ଓ ଫଳର ସମ୍ଭାର ଦୋକାନରେ ଦେଖାଯାଇଥିଲା । ମା’ଙ୍କ ମୃଣ୍ମୟୀ ପ୍ରତିମା କ୍ରୟ କରିବା ଲାଗି ସବୁଠାରୁ ବେଶୀ ଭିଡ଼ ଦେଖାଦେଇଥିଲା । ରାସ୍ତାକଡ଼ରେ ଶିଳ୍ପୀମାନେ ଖୁବ୍ ସୁନ୍ଦର ମୃଣ୍ମୟୀ ପ୍ରତିମା ସଜେଇ ରଖିଥିଲେ । ପୂଜାରେ ଛାତ୍ରଛାତ୍ରୀମାନେ ନୂଆ ଖାତା, କଲମ ମା’ଙ୍କ ନିକଟରେ ପୂଜା କରିଥାନ୍ତି । ସେଥିପାଇଁ ବହି, ଖାତା ଦୋକାନରେ ମଧ୍ୟ ଅଭିଭାବକ ଓ ପିଲାମାନଙ୍କର ପ୍ରବଳ ଗହଳି ଦେଖାଯାଇଥିଲା । ଛାତ୍ରଛାତ୍ରୀମାନେ ସ୍କୃଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଗୁରୁବାର ସଫାସୁତରା କରି ଜୋରଦାର୍ ସାଜସଜା କରିଛନ୍ତି । ବ୍ରାହ୍ମଣଙ୍କୁ ମଧ୍ୟ ଆଗରୁ ବରାଦ ଦିଆସରିଛି ।

    Maximum 500 characters

    ତାଜା ଖବର View all

    Find Us on Facebook