ମୁଖ୍ୟ ଖବର
ମୁମ୍ବାଇ: ଅଜିତ୍ ପାୱାରଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ କିଏ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ ଚର୍ଚ୍ଚା ଶୁକ୍ରବାର ଶେଷ ହୋଇଛି । ଅଜିତଙ୍କ ସ୍ତ୍ରୀ ସୁନେତ୍ରା ପାୱାରଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି । ଅଜିତଙ୍କ ମୃତ୍ୟୁର ୨ ଦିନ ପରେ ଏହି ନିଷ୍ପତ୍ତି ହୋଇଛି । ରିପୋର୍ଟ ଅନୁସାରେ ସୁନେତ୍ରା ଆଜି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ଶରଦ ପାୱାର । ସେ କହିଛନ୍ତି ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ନେଇ କୌଣସି ସୂଚନା ନଥିଲା । ପରିବାରକୁ ଅନ୍ଧାରରେ ରଖାଯାଇଥିଲା । ଫେବୃଆରୀ ୧୨ରେ ଅଜିତ୍ ଏନସିପିକୁ ଏକାଠି କରିବାକୁ ଚାହୁଁଥିଲେ ।
ସନେତ୍ରା ଡେପୁଟି ସିଏମ ପଦ ଶପଥ ନେବାକୁ ଯାଉଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଶରଦ ପାୱାର । ସେ କହିଛନ୍ତି, ''ମୋତେ ଏ ବିଷୟରେ କିଛି ଜଣାନାହଁ । ଏ ନିଷ୍ପତ୍ତି ତାଙ୍କ ଦଳ ନେଇଥିବେ । କାରଣ କିଛି ନାମ ସାମ୍ନାକୁ ଆସୁଥିଲା ଯେପରି ପ୍ରଫୁଲ ପଟେଲ ଏବଂ ସୁନୀଲ ତଟକରେ । ସମ୍ଭାବନା ଅଛି କି ଏମାନେ ଏହା ସ୍ଥିର କରିଥିଲେ । ଦଳ ପକ୍ଷରୁ କୌଣସି ଆନ୍ତରିକ ନିର୍ଣ୍ଣୟ ନିଆଯାଇଥିବ ।'' ଏହା ସହିତ ୨ ଏନସିପି ଦଳ ବିଲୟ ହେବାକୁ ନେଇ ବଡ଼ ବୟାନ ଦେଇଛନ୍ତି ଶରଦ ପାୱାର । ସେ କହିଛନ୍ତି,'' ଅଜିତର ଇଚ୍ଛା ଥିଲା ଦୁଇ ଏନସିପି ଏକାଠି ହୁଅନ୍ତୁ । ଫେବୃଆରୀ ୧୨ରେ ଦୁଇ ଏନସିପିର ବିଲୟ ହୋଇଥାନ୍ତା । ଅଜିତ ପାୱାରଙ୍କ ସମେତ ଏନସିପିର ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଆଲୋଚନା ସକାରାତ୍ମକ ଦିଗରେ ଅଗ୍ରଗତି କରୁଥିଲା । ଏପରି ସ୍ଥିତିରେ ସମସ୍ତଙ୍କୁ ଧ୍ୟାନ ରଖିବାକୁ ହେବ ସ୍ଥିତିର କିପରି ସାମ୍ନା କରିବାକୁ ପଡିବ । କାହାକୁ ନା କାହାକୁ ଆଗକୁ ଆସିବାକୁ ପଡ଼ିବ ।'' ଗତ ୪ ମାସରେ ଦୁଇ ଗୋଷ୍ଠୀ ଏକ ହେବା ନେଇ ଚର୍ଚ୍ଚା ହୋଇ ଆସୁଛି । ଏହି ପ୍ରକ୍ରିୟାର ନେତୃତ୍ୱ ଅଜିତ ପାୱାର ଏବଂ ଜୟନ୍ତ ପାଟିଲ ନେଇଥିଲେ । ଏବେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବେ ନା ନାହିଁ ତାହା କହିବା ସମ୍ଭବ ନୁହେଁ ।
ଅଜିତ ପାୱାରଙ୍କ ସ୍ଥାନରେ ତାଙ୍କ ପତ୍ନୀ ସୁନେତ୍ରା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ସନ୍ଧ୍ୟାରେ ସୁନେତ୍ରା ଶପଥ ନେଇପାରନ୍ତି । ଯଦି ସେ ଶପଥ ନିଅନ୍ତି ତେବେ ମହାରାଷ୍ଟ୍ରର ପ୍ରଥମ ମହିଳା ଡେପୁଟି ସିଏମ୍ ହେବେ । ତାଙ୍କୁ ଅବକାରୀ ଏବଂ ଖେଳ ବିଭାଗ ମିଳିପାରେ । ଅଜିତଙ୍କ ପାଖରେ ଥିବା ଅର୍ଥ ବିଭାଗକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ନିଜ ପାଖରେ ରଖିବେ । ଆସନ୍ତା ଫେବ୍ରୁଆରୀ ୭ରେ ପୁନେ ଜିଲ୍ଲା ପରିଷଦ ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ବିଜେପିର ଏକ ବଡ଼ ରଣନୀତି ବୋଲି କୁହାଯାଉଛି ।
Comments ସମସ୍ତ ମତାମତ