Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍

    Share on :
    ajab-Image
    Date: Jan 14, 2022    Views: 3858

    କୋରାପୁଟ: କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ ସାଂସଦ । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସପ୍ତଗିରି କହିଛନ୍ତି କି ’ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛି । ମୋ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଯାହା ଫଳରେ ମୁଁ ଏବେ ଘରେ ଆଇସୋଲେସନରେ ରହିଛି । ଯେଉଁମାନେ ମୋ ସଂପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ ଆଇସୋଲେସନରେ ରହି କରୋନା ପରୀକ୍ଷା କରନ୍ତୁ’ ବୋଲି ଟ୍ୱିଟ୍ କରି କହିଛନ୍ତି ସପ୍ତଗିରି ଉଲ୍ଲାକା ।
    ସୂଚନା ଅନୁସାରେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଲଗାତର ଦୁଇ ଦିନ ହେବ ରାଜ୍ୟରେ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୨୭୩ ଆକ୍ରାନ୍ତ ଚିହ୍ନଟ ହୋଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook