Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅଧ୍ୟକ୍ଷ ପାଇଁ ସୋନିଆ ଏବଂ ରାହୁଲ ମ୍ୟୁଜିକ ଚେୟାର ଖେଳୁଛନ୍ତି : ସମ୍ବିତ ପାତ୍ର

    Share on :
    ajab-Image
    Date: Sep 5, 2022    Views: 3558

    ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧିଙ୍କ ଉପରେ  ନିଶାନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କଂଗ୍ରେସ ଅଧ୍ୟକ୍ଷ ପାଇଁ ଦୁହେଁ ମ୍ୟୁଜିକ ଚେୟାର ଖେଳୁଛନ୍ତି। ଏମାନେ ଦୁହେଁ ଆଉ କାହାକୁ ଏହି ପଦ ଦେବାକୁ ଚାହାନ୍ତି ନାହିଁ। ଆଜି ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ହଙ୍ଗାମା କରିବା ପରେ ସମ୍ବିତ ପାତ୍ର ଏହା କହିଛନ୍ତି । ସେ କହିଛନ୍ତି ଯେ, ଗାନ୍ଧି ପରିବାରର ଆଉ ସୁଦିନ ନାହିଁ। ସେମାନେ ଏହା ହୃଦୟଙ୍ଗମ କରିପାରିଛନ୍ତି। ତେଣୁ ସେମାନେ ପୁଣି ଥରେ ତାଙ୍କ ସ୍ଥାନ ଜାହରି କରିବା ପାଇଁ ରାଲି ଅଭିମୁଖେ ବାହାରି ପଡ଼ିଛନ୍ତି। କିନ୍ତୁ କଂଗ୍ରେସର ଏହି ହଙ୍ଗାମା ଦେଶବାସୀଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସମ୍ବିତ ପାତ୍ର ଆହୁରି କହିଛନ୍ତି ଯେ, ଉଭୟ ମା-ପୁଅଙ୍କ ଉପରେ ଅସନ୍ତୁଷ୍ଟ ହୋଇ ବହୁ କଂଗ୍ରେସ ନେତା ଦଳ ଛାଡ଼ୁଛନ୍ତି।

    ଉଭୟଙ୍କ ଉପରେ ଦଳୀୟ ନେତାଙ୍କ ଭରଷା ନାହିଁ। କଂଗ୍ରେସରେ ଗାନ୍ଧି ପରିବାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ତେଣୁ ପୁଣି ଥରେ ନିଜ ଆସନକୁ ପକ୍କା କରିବା ପାଇଁ ଗାନ୍ଧି ପରିବାର ହୋହଲ୍ଲା ଅଭିଯାନରେ ମାତିଛନ୍ତି। 

    ଅନ୍ୟପଟେ ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଏବଂ ୧୯ ତାରିଖରେ ଫଳାଫଳ ଘେଷଣା ହେବ ବୋଲି ତାରିଖ ସ୍ଥିର ହୋଇଛି ତେବେ କଂଗ୍ରେସ ସଭାପତି ପଦ ପାଇଁ ଆଗାମୀ ନିର୍ବାଚନରେ ​​ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀତ୍ଵକୁ ନେଇ ଦ୍ୱନ୍ଦ୍ୱ ରହିଛି । କିନ୍ତୁ ଅନେକ ଦଳର ନେତା ନିଶ୍ଚିତ ଅଛନ୍ତି ଯେ ଅକ୍ଟୋବରରେ ହେବାକୁ ଥିବା ଏହି ନିର୍ବାଚନରେ ​​ରାହୁଲ ଗାନ୍ଧି ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ନେତାମାନେ ଆଶା ରଖିଛନ୍ତି ଯେ ରାହୁଲ ଗାନ୍ଧି ନିଶ୍ଚିତ ଭାବରେ ସେମାନଙ୍କ ଅନୁରୋଧ ଗ୍ରହଣ କରିବେ ।

    Maximum 500 characters

    ରାଜନୀତି View all

    Find Us on Facebook