Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

    Share on :
    ajab-Image
    Date: Sep 23, 2022    Views: 2969

    ସମ୍ବଲପୁର:  ସମ୍ବଲପୁର ବିଶ୍ବବିଦ୍ୟାଳୟର  ନୂତନ କୁଳପତି ପଦ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବି ପାଇଁ ଆଗ୍ରହୀ ଥିବା ପ୍ରଫେସରମାନେ ଅକ୍ଟୋବର ୨୫ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । କୁଳପତି ପଦରୁ ଇସ୍ତଫା ଦେଇଥିବା ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ସ୍ଥାନରେ ଏହି ନିଯୁକ୍ତି ଦିଆଯିବ।ଆବେଦନ ଲାଗି ଜଣେ ପ୍ରଫେସର ଦେଶର କୌଣସି ବିଶ୍ବବିଦ୍ୟାଳୟ ତଥା ସମାନ ଯୋଗ୍ୟତା ଥିବା ଗବେଷଣା ଅନୁଷ୍ଠାନ, ଏକାଡେମିକ ସଂସ୍ଥାରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ଅଧ୍ୟାପନା ସହ ପ୍ରଶାସନିକ ଦକ୍ଷତା ରହିଥିବା ଦରକାର । ଆବେଦନକାରୀଙ୍କ ବୟସ ଡିସେମ୍ବର ପହିଲା ସୁଦ୍ଧା ସର୍ବାଧିକ ୬୩ ବର୍ଷ ହୋଇଥିବା ଆବଶ୍ୟକ । ବିଜ୍ଞପ୍ତି ଅନୁଯାୟୀ କୁଳପତିଙ୍କୁ ମାସିକ ୨ ଲକ୍ଷ ୧୦ ହଜାର ଟଙ୍କାର ଦରମା ସହ ୧୧ ହଜାର ୨୫୦ ଟଙ୍କା ସ୍ବତନ୍ତ୍ର ଅର୍ଥରାଶି ଦିଆଯିବ । ଏହାବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଅର୍ଥରାଶି ମଧ୍ୟ ମିଳିବ। କୁଳପତିଙ୍କ କାର୍ୟ୍ୟକାଳ ୪ ବର୍ଷ ହେବ । ଆଶାୟୀ ପ୍ରଫେସର ବିଭାଗ ୱେବସାଇଟ ଲଗ-ଇନ୍‌ କରି ସବିଶେଷ ତଥ୍ୟ ପାଇପାରିବେ। କୁଳପତି ଚୟନ ଲାଗି ଏକ ଚୟନ କମିଟି ଗଠନ କରାଯିବ । ଏହି କମିଟିର ସଦସ୍ୟମାନେ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ୩ ଜଣଙ୍କ ନାଁ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଇବେ । ଉକ୍ତ ୩ ଜଣଙ୍କ ସାକ୍ଷାତକାର ନେବା ପରେ ରାଜ୍ୟପାଳ ଜଣଙ୍କୁ କୁଳପତି ଭାବେ ଚୟନ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook