Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଉପବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସାଲୁଗା ପ୍ରଧାନ

    Share on :
    ajab-Image
    Date: Nov 21, 2023    Views: 2897

    ଭୁବନେଶ୍ବର: ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ନୂଆ ଉପବାଚସ୍ପତି। ଉପବାଚସ୍ପତି ଭାବେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହାକୁ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ସମର୍ଥନ କରିଥିଲେ। ଠିକ୍ ସେହିପରି କଂଗ୍ରେସ ପକ୍ଷରୁ ବି ତାଙ୍କୁ ସମର୍ଥନ ଦିଆଯାଇଥିଲା। ଏହାପରେ ନୂତନ ଉପବାଚସ୍ପତି ସାଲୁଗା ପ୍ରଧାନ ନିଜର ବକ୍ତବ୍ୟ ରଖି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରାଯାଇଥିବାରୁ ଉଭୟ ଶାସକ ଓ ବିରୋଧୀ ଦଳର ନେତାଙ୍କୁ କୃତଜ୍ଞତା ଜଣାଇଥିଲେ। ସେ ନିରପେକ୍ଷ ଭାବେ ନିଜର ଦାୟିତ୍ବ ନିର୍ବାହ କରିବେ ବୋଲି ବି କହିଥିଲେ। ବାଚସ୍ପତି ପ୍ରମିଳା ମଲ୍ଲିକ ବିଧାନସଭାର ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ।

    ଉଲ୍ଲେଖଯୋଗ୍ୟ, ଗତକାଲି ବିଜେଡି ଆଜି ଶ୍ରୀ ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ମଙ୍ଗଳବାର ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ଥିଲା। ଆଜିପୂର୍ବାହ୍ନ ୯ଟା ୩୦ରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହରେ ଆନୁଷ୍ଠାନିକ ଭାବେ ଉପବାଚସ୍ପତିଙ୍କ ନାମ ଘୋଷଣା କରିଛନ୍ତି। ଦୁଇ ଥର ବିଧାୟକ ହୋଇଥିବା ସାଲୁଗା ପ୍ରଧାନଙ୍କୁ ବିଜେଡି ଉପବାଚସ୍ପତି ପ୍ରାର୍ଥୀ କରିବା ପରେ ସେ କହିଛନ୍ତି ଯେ ଦଳର ସଭାପତି ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ।

    ବରିଷ୍ଠ ସଦସ୍ୟଙ୍କ ମତାମତ ଓ ପରାମର୍ଶ ନେଇ ଗୃହ କାର୍ଯ୍ୟକୁ ସୁରୁଖୁରରେ ଚଳାଇବି। ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିବି। ମୁଁ ଦୁଇ ଥର ବିଧାୟକ ହୋଇଥିବାରୁ ଉପବାଚସ୍ପତି ହେବା ପାଇଁ ମୋର ଯୋଗ୍ୟତା ଅଛି। ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରୁ ବିଧାନସଭାର ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିବା ରଜନୀକାନ୍ତ ସିଂହ ଗତ ନଭେମ୍ବର ୮ତାରିଖରେ ଇସ୍ତଫା ଦେବା ପରେ ଆଗାମୀ ଉପବାଚସ୍ପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।

    Maximum 500 characters

    ତାଜା ଖବର View all

    Find Us on Facebook