Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଏହି ସିନେମାରେ ଏକାଠି ଆସିବେ ଶାହାରୁଖ ଓ ସଲମାନ

    Share on :
    ajab-Image
    Date: Jul 21, 2021    Views: 5347

    ଚଳଚ୍ଚିତ୍ର ‘ଟାଇଗର’ ସିରିଜରେ ହିରୋ ଅର୍ଥାତ ଟାଇଗର ଭୂମିକାରେ ତ ସଲମାନ ରହିବେ, ହେଲେ ସଲମାନଙ୍କ ସହ ଶାହାରୁଖ ଯେ ରହିବେ, ଏକଥା ଶୁଣିବା ପରେ ଦର୍ଶକ ମହଲରେ ଅଜବ ଉତ୍ସାହ ଦେଖାଦେଇଛି । ବେଶ କିଛି ଦିନ ଧରି ବଲିଉଡର ସୁପରହିରୋ ଶାହାରୁଖ ତାଙ୍କ ନୂଆ ସିନେମା ‘ପଠାନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଚଳଚ୍ଚିତ୍ର ‘ଜିରୋ’ ପରେ ଏହା ହେଉଛି ଶାହାରୁଖଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର  । ପୁଣି ତାଙ୍କ ‘ପଠାନ’ ମୁଭି ସହ ଟକ୍କର ଦେବାକୁ ଯାଉଛି ୟଶରାଜ ଫିଲ୍ମ ହାଉସ ଦ୍ୱାରା ପ୍ରସ୍ତୁତ ହେଉଥିବା ନୂଆ ସିନେମା ‘ଟାଇଗର-୩’ । ଚଳିତ ମାସ ୨୩ ତାରିଖରୁ ସଲମାନ ସୁଟିଂ ସେଟକୁ ଆସୁଛନ୍ତି । ଏଥିରେ ସଲମାନଙ୍କ ସହ କ୍ୟାଟି୍ରନା କୈଫ ମଧ୍ୟ ସାମିଲ ହେଉଛନ୍ତି । ସେପାଖେ ଶାହାରୁଖ ଜନ ଆବ୍ରାହମଙ୍କ ସହ ଅଛନ୍ତି । ଏ ଦୁହିଁଙ୍କ ସହ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ରହିଛନ୍ତି । ଫିଲ୍ମ ‘ପଠାନ’ ଅଗଷ୍ଟରେ ପ୍ରେକ୍ଷାଳୟକୁ ଆସିବ ବୋଲି ଚୂଡାନ୍ତ ହୋଇଛି । ହେଲେ ୟଶରାଜ ପ୍ରଡକ୍ସନ ହାଉସ ପକ୍ଷରୁ ସୂଚନା ମିଳିଛି ଯେ ‘ଟାଇଗର-୩’ରେ ସଲମାନଙ୍କ ସହ ଶାହାରୁଖ ମଧ୍ୟ ରହିବେ, ଏହା କେତେ ସତ କେତେ ମିଛ ତାହା ପରେ ଜଣାପଡ଼ିବ  ।

    Maximum 500 characters

    ସିନେମା View all

    Find Us on Facebook