Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାଲିଆସାହିର ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର

    Share on :
    ajab-Image
    Date: Nov 20, 2025    Views: 3003

    ଭୁବନେଶ୍ୱର: ସାଲିଆସାହିରେ ଉଚ୍ଛେଦ ଚାଲିଛି। ତେବେ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଛନ୍ତି। ତାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି। ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ବିଭ୍ରାନ୍ତି କରୁଛନ୍ତି।

    ଆଜି ତୃତୀୟ ଦିନରେ ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ବିଏମସି, ବିଡିଏ ଓ କମିଶନରେଟ ପୋଲିସର ମିଳିତ ସ୍କ୍ୱାର୍ଡ ପକ୍ଷରୁ ଉଚ୍ଛେଦ ଜାରି ରହିଛି । ସେପଟେ କିଛି ସାଲିଆ ସାହି ବାସିନ୍ଦା ନିଜ ଘର ଭଙ୍ଗା ଯିବା ପରେ ଖୋଲା ଆକାଶ ତଳେ ଜରି ପାଲ ଟାଣି ନିଜର ଆସବାପତ୍ର ରାଖି ରାତି କାଟିଛନ୍ତି ।ବିଏମସି ପକ୍ଷରୁ ଯୋଗାଇ ଦିଆଯାଇଥିବା ଟ୍ରାଞ୍ଜିଟ୍ ହାଉସରେ ନ ରହି ସରକାରଙ୍କ ନିକଟରେ ଜାଗା ଦାବି କରି ସାଲିଆ ସାହି ଛାଡ଼ିବୁ ନାହିଁ ବୋଲି କହିଛନ୍ତି । ବିଏମସି ପକ୍ଷରୁ ଯୋଗାଇ ଦିଆ ଯାଇଥିବା ଘରେ ଦୁଇଟା ଜଣରୁ ଅଧିକା ରହିବ ସମ୍ଭବ ନୁହେଁ ବୋଲି ଯୁକ୍ତି କରିବା ସହ ଜାଗା ଦାବି କରି ୨ ଦିନ ହେଲା ଜରିପାଲ ଟାଣି ରାତି କାଟୁଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook