Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପୂର୍ବରୁ ବିଧାୟକଙ୍କ ଦରମା ଓ ଭତ୍ତା ଥିଲା କେତେ, ହେଲା କେତେ?

    Share on :
    ajab-Image
    Date: Dec 10, 2025    Views: 3320

    ଭୁବନେଶ୍ବର: ରାଜ୍ୟ ସରକାର ବଢ଼ାଇଛନ୍ତି ବିଧାୟକଙ୍କ ଦରମା ଏବଂ ଭତ୍ତା । ବର୍ଦ୍ଧିତ ଦୈନନ୍ଦିନ ଜୀବନଯାପନ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ବର୍ତ୍ତମାନର ୧ ଲକ୍ଷ ଦରମା ଏକ ଉତ୍ତମ ଜୀବନଶୈଳୀ ବଜାୟ ରଖିବା ପାଇଁ ପର୍ୟ୍ୟାପ୍ତ ନୁହେଁ ବୋଲି ଦାବି ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଧାୟକ, ବାଚସ୍ପତି, ଉପବାଚସ୍ପତି ଏବଂ ମନ୍ତ୍ରୀ ମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରିଛନ୍ତି ।

    ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଗୃହରେ ସର୍ବସମ୍ମତି କ୍ରମେ ଏହା ପାସ୍ପା ହୋଇଥିଲା । ସଂସଦୀୟ ପରମ୍ପରାରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ରଖିଛନ୍ତି ଉଭୟ ବିରୋଧୀ ଏବଂ ଶାସକ ଦଳ ବିଧାୟକ ।

    ଓଡ଼ିଶା ବିଧାନସଭାର ଜଣେ ବିଧାୟକଙ୍କ ମାସିକ ଦରମା ଓ ଭତ୍ତା କେଉଁ କ୍ଷେତ୍ରରେ କେତେ ମିଳୁଥିଲା ଏବଂ ବୃଦ୍ଧି ନିଷ୍ପତ୍ତି ପରେ କେତେ ମିଳିବ, ଆସନ୍ତୁ ନଜର ପକାଇବା।
    ମୂଳ ଦରମା ପର୍ବରୁ ଥିଲା ୩୫୦୦୦ ଟଙ୍କା । ବର୍ଦ୍ଧିତ ଦରମା ଲାଗୁ ହେବା ପରେ ଏହା ହେଲା ୯୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସମାରୋହ ଭତ୍ତା ୯୬୦୦୦ ହେଲା,ଯାହାକି ପୂର୍ବରୁ ୪୦,୦୦୦ ଟଙ୍କା ଥିଲା । ସେହିପରି ନିର୍ବାଚନ ମଣ୍ଡଳୀ ଏବଂ ଲୋକ ସେବା ଭବନ ପରିଦର୍ଶନ ଭତ୍ତା ପୂର୍ବରୁ ୨୦,୦୦୦ ଟଙ୍କା ଥିବା ବେଳେ, ଏବେ ୭୫୦୦୦ ଟଙ୍କା ହେଲା । କମିଟି ଭତ୍ତା ୧୫୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଓଡିଶା ବାହାରେ ବୈଠକ ପାଇଁ ଭତ୍ତା ୨୦୦୦ ଟଙ୍କାରୁ ୧୦,୦୦୦କୁ ବୃଦ୍ଧି ପାଇଛି।
    ସେହିପରି ରାଜ୍ୟ ଭିତରେ ଭ୍ରମଣ ଭତ୍ତା କିଲୋମିଟର ପିଛା ୨୫ ଟଙ୍କା ଥିବା ବେଳେ ଏହାକୁ ୩୫ ଟଙ୍କାକୁ ବଢ଼ାଯାଇଛି । ସେହିପରି ମାସିକ ପରିବହନ ଭତ୍ତା ୧୫,୦୦୦ ଟଙ୍କାରୁ ୫୦,୦୦୦କୁ ବଢ଼ାଯାଇଛି । ସଦସ୍ୟଙ୍କ ମାସିକ ଭତ୍ତା ୨୦୦୦ରୁ ୧୦,୦୦୦ ଟଙ୍କା , ବିଦ୍ୟୁତ୍ ଶୁଳ୍କ ୫୦୦୦ରୁ ୨୦,୦୦୦ ଟଙ୍କା, ଡାକ୍ତରୀ ଚିକିତ୍ସା ଭତ୍ତା ୫୦୦୦ ଟଙ୍କା ରୁ ୩୫୦୦୦ ଟଙ୍କା, ଆବାସ ଭତ୍ତା ୧୦୦୦ରୁ ୨୦୦୦ ଟଙ୍କା ଏବଂ ମୋଟର କାର ଆଡଭାନ୍ସ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି।

    ବିଧାୟକଙ୍କ ଦରମା ଓ ଭତ୍ତା-- ପୂର୍ବରୁ(ଟଙ୍କା) --ବର୍ତ୍ତମାନ (ଟଙ୍କା)

    ମୂଳ ଦରମା ୩୫,୦୦୦ ରୁ ୯୦,୦୦୦

    ସମାରୋହ ଭତ୍ତା ୪୦,୦୦୦ ରୁ ୯୬୦୦୦

    ନିର୍ବାଚନ ମଣ୍ଡଳୀ ଏବଂ

    ଲୋକସେବା ଭବନ ଭତ୍ତା ୨୦,୦୦୦ ରୁ ୭୫୦୦୦

    କମିଟି ଭତ୍ତା ୧୫୦୦ ରୁ ୩୦୦୦

    ବୈଠକ ଭତ୍ତା ୨୦୦୦ ରୁ ୧୦,୦୦୦

    ଭ୍ରମଣ ଭତ୍ତା (କି.ମି. ପିଛା) ୨୫ ରୁ ୩୫

    ପରିବହନ ଭତ୍ତା ୧୫,୦୦୦ ରୁ ୫୦,୦୦୦

    ମାସିକ ଭତ୍ତା ୨୦୦୦ ରୁ ୧୦,୦୦୦

    ବିଦ୍ୟୁତ ଶୁଳ୍କ ୫୦୦୦ ରୁ ୨୦,୦୦୦

    ଚିକିତ୍ସା ଭତ୍ତା ୫୦୦୦ ରୁ ୩୫୦୦୦

    ଆବାସ ଭତ୍ତା ୧୦୦୦ ରୁ ୨୦୦୦

    କାର୍ ଆଡଭାନ୍ସ ୫,୦୦୦୦୦ ରୁ ୧୦,୦୦୦୦୦


    ଦରମା ଓ ଭତ୍ତା ବୃଦ୍ଧିକୁ ନେଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ବିଧାୟକ ଅଗସ୍ତି ବେହେରା । ସେ କହିଛନ୍ତି "ବିଧାୟକ ଓ ପୂର୍ବତନ ବିଧାୟକମାନେ ଦୀର୍ଘଦିନ ଧରି ଅଭାବ ଅସୁବିଧାର ସାମ୍ନା କରୁଥିଲେ ।ପୂର୍ବତନ ବିଧାୟକମାନଙ୍କ ସାମାଜିକ ସ୍ଥିତିରେ ଯେମିତି ପରିବର୍ତ୍ତନ ହେଉଛି, ସେଦୃଷ୍ଟିରୁ ଭତ୍ତା ବୃଦ୍ଧି ଜରୁରୀ ଥିଲା । ବିଶେଷ କରି ବିଧାୟକମାନଙ୍କ ଦୈନନ୍ଦିନ ଖର୍ଚ୍ଚ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି । "ରାଜ୍ୟ ସରକାର ଦରମା ବୃଦ୍ଧି କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ" ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

    Maximum 500 characters

    ରାଜନୀତି View all

    Find Us on Facebook