Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲା ; ସଜ୍ଜନ କୁମାରଙ୍କୁ ମୁକ୍ତ କଲେ ଦିଲ୍ଲୀ କୋର୍ଟ

    Share on :
    ajab-Image
    Date: Jan 22, 2026    Views: 4253

    ନୂଆଦିଲ୍ଲୀ: ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲା। ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମୁକ୍ତ କଲେ ଦିଲ୍ଲୀ କୋର୍ଟ। ଦିଲ୍ଲୀ ଜନକପୁରୀ ଓ ବିକାଶପୁରୀ ଦଙ୍ଗା ମାମଲାରେ ସଜ୍ଜନ କୁମାରଙ୍କୁ କୋର୍ଟ କରିଛନ୍ତି ଖଲାସ। ଏହି ବହୁଚର୍ଚ୍ଚିତ ତଥା ଲୋମହର୍ଷକ ଦଙ୍ଗା ମାମଲାରେ ଦୀର୍ଘ ବର୍ଷ ଧରି ନ୍ୟାୟ ଚାହୁଁଥିବା ମୃତକଙ୍କ ପରିବାରକୁ ଲାଗିଛି ଝଟକା। ୧୯୮୪ ଶିଖ ବିରୋଧୀ ଦଙ୍ଗାବେଳେ ଜନକପୁରୀ ଓ ବିକାଶପୁରୀ ଅଞ୍ଚଳରେ ଲୋକଙ୍କୁ ଦଙ୍ଗା ଲାଗି ସଜ୍ଜନ କୁମାର ଉସକାଉଥିବା ଅଭିଯୋଗ ହୋଇଥିଲା। ଏହି ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସଜ୍ଜନ କୁମାର ଆଜୀବନ ଜେଲଦଣ୍ଡାଦେଶରେ ଦଣ୍ଡିତ ହୋଇଥିଲେ।

    ପିପୁଲ୍ସ ୟୁନିଅନ ଫର ଡେମୋକ୍ରାଟିକ ରାଇଟସ ବା ପିୟୁଡିଆର ଓ ପିପୁଲସ ୟୁନିଅନ ଫର ସିଭିଲ ଲିବରଟିଜ ବା ପିୟୁସିଏଲ ପକ୍ଷରୁ କୁହାଯାଇଥିଲା- ଏହି ଦଙ୍ଗାକୁ ସଜ୍ଜନ କୁମାର ଉସୁକାଇବାର ବହୁ ପ୍ରମାଣ ମିଳିଥିଲା। ଏପରିକି ଦଙ୍ଗାରୁ ବର୍ତ୍ତି ଯାଇଥିବା ଲୋକମାନେ ସଜ୍ଜନ କୁମାରଙ୍କ ନାମ ବାରମ୍ବାର ନେଉଥିଲେ। ଦଙ୍ଗା ପରେ ଅର୍ଥାତ ଏପ୍ରିଲ ୨୦୧୩ରେ ଦିଲ୍ଲୀର କାର୍କାଦୋମା ଡିଷ୍ଟ୍ରିକ୍ଟ କୋର୍ଟ ସଜ୍ଜନ କୁମାରଙ୍କୁ ଦୋଷମୁକ୍ତ କରିଥିଲେ। ଅନ୍ୟ ୫ଟି ମାମଲାରେ କିନ୍ତୁ ସେ ଅଭିଯୁକ୍ତ ଥିଲେ। ତାଙ୍କ ମୁକ୍ତି ବିରୋଧରେ ଜୋରଦାର ଆନ୍ଦୋଳନ ହେବାରୁ ସିବିଆଇ ଏକ ଆବେଦନ କରିଥିଲା। ପରେ ୧୭ ଡିସେମ୍ବର ୨୦୧୮ରେ ସଜ୍ଜନ କୁମାରଙ୍କୁ ଦିଲ୍ଲୀ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ସେ ୧୮ ଡିସେମ୍ବର ୨୦୧୮ରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଗତ ୨୭ ଏପ୍ରିଲ ୨୦୨୨ରେ ତାଙ୍କୁ ସିବିଆଇର ଏକ ସ୍ବତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଥିଲେ। ମାତ୍ର ଅନ୍ୟାନ୍ୟ ମାମଲାରେ ସେ ଅଭିଯୁକ୍ତ ଥିବାରୁ ସେ ଜେଲରେ ଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook