Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶରେ ଖୋଲିବ ୧୦୦ ସୈନିକ ବିଦ୍ୟାଳୟ

    Share on :
    ajab-Image
    Date: Oct 13, 2021    Views: 4516

    ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଦେଶରେ ୧୦୦ଟି ବେସରକାରୀ ଓ ସରକାରୀ ସୈନିକ ସ୍କୁଲକୁ ମାନ୍ୟତା ଦେବା ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ମୋଦି କ୍ୟାବିନେଟ ।
    ବେସରକାରୀ ବିଦ୍ୟାଳୟ ଏବଂ ରାଜ୍ୟ ସହଭାଗିତାରେ ୧୦୦ଟି ନୂତନ ସୈନିକ ବିଦ୍ୟାଳୟ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଘୋଷଣା କରାଯାଇଥିଲା । ବାର୍ଷିକ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ସୈନିକ ବିଦ୍ୟାଳୟଗୁଡ଼ିକ ପାଇଁ ଛାତ୍ର ଚୟନ କରାଯାଇଥାଏ ।ସେପଟେ ସବୁ ସୈନିକ ସ୍କୁଲରେ ଝିଅମାନେ ପାଠ ପଢିବେ ବୋଲି ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଦେଶର ସମସ୍ତ ସୈନିକ ସ୍କୁଲ କବାଟ ଝିଅମାନଙ୍କ ପାଇଁ ଖୋଲା । ୭୫ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଏହି ବଡ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ କେବଳ ପୁଅମାନଙ୍କୁ ସୈନିକ ସ୍କୁଲରେ ପଢିବାକୁ ଅନୁମତି ଥିଲା ।ଯେତେବେଳେ ଗରିବ ପରିବାରର ଝିଅ ଓ ପୁଅମାନେ ପାଠପଢି ନିଜ ସ୍ବପ୍ନ ପୂରଣ କରନ୍ତି ସେତେବେଳେ ସେମାନଙ୍କର ସାମର୍ଥ୍ୟକୁ ନ୍ୟାୟ ମିଳିଥାଏ । ସୈନିକ ବିଦ୍ୟାଳୟଗୁଡିକ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସୈନିକ ସ୍କୁଲ ସୋସାଇଟି ଦ୍ବାରା ପରିଚାଳିତ । ସୈନିକ ବିଦ୍ୟାଳୟ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଲା ଛାତ୍ରମାନଙ୍କୁ ଅଳ୍ପ ବୟସରୁ ଭାରତୀୟ ସଶସ୍ତ୍ର ବାହିନୀରେ ପ୍ରବେଶ ପାଇଁ ପ୍ରସ୍ତୁତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook