Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଶୀତରେ ଖାଆନ୍ତୁ ଶାଗ

    Share on :
    ajab-Image
    Date: Jan 7, 2021    Views: 5412

    ଅନ୍ୟ ଋତୁ ତୁଳନାରେ ଶୀତ ଦିନେ ବଜାରର ଦୃଶ୍ୟପଟ ଭିନ୍ନ। ବିଭିନ୍ନ ପ୍ରକାରର ପନିପରିବା ଓ ଫଳମୂଳର ଭିଡ଼ ଏଇ ଋତୁରେ ଦେଖିବାକୁ ମିଳେ। ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପନିପରିବା ମଧ୍ୟରେ ଶାଗର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହି ଋତୁରେ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ କିସମକିସମର ଶାଗକୁ ସାମିଲ କରନ୍ତୁ।
     ମେଥି ଶାଗ, ଏହାକୁ ବିଭିନ୍ନ ଉପାୟରେ ଉପଯୋଗ କରିହେବ। ଏଇ ଶାଗକୁ ଭାଜି ନଚେତ୍ ମେଥି ଶାଗର ରୁଟି ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ। ଭିଟାମିନ୍ ସି, ଫାଇବର୍, ପ୍ରୋଟିନ୍, ଲୌହ, ମ୍ୟାଗ୍ନେସିୟମ୍, ଜିଙ୍କ୍, କପର୍, ଫଲିକ୍ ଏସିଡ୍ ଇତ୍ୟାଦି ତତ୍ତ୍ବ ମେଥି ଶାଗରେ ମହଜୁଦ୍ ଥିବାବେଳେ ମଧୁମେହ ରୋଗୀଙ୍କ ପାଇଁ ଏହା ଔଷଧ ଭଳି କାମ କରେ। ପେଟ ସମସ୍ୟା ଉପୁଜୁଥିଲେ କିମ୍ବା ଖାଦ୍ୟ ବଦ୍‌ହଜମ ହେଉଥିଲେ, ଏଇ ଶାଗ ଖାଇଲେ ଉପଶମ ମିଳୁଥିବାର ବିଶେଷଜ୍ଞଙ୍କ ମତ।
     ପଞ୍ଜାବରେ ଶୀତଦିନିଆ ମୁଖ୍ୟ ଭୋଜନ ଭାବେ ମକ୍କା ରୁଟି ଓ ସୋରିଷ ସାଗ ଜଣାଯାଏ। ସୁଆଦିଆ ଏଇ ସୋରିଷ ଶାଗ ଆମ ଆଖିର ଜ୍ୟୋତି ବଢ଼ାଇବାରେ ସହାୟକ। ଭିଟାମିନ୍ ଏ, ବି-୧୨, ସି, ଫାଇବର୍, ଲୌହ ଭରପୂର ସୋରିଷ ଶାଗ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ନିୟମିତ ଏଇ ଶାଗ ଖାଇଲେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହୁଥିବାର ଅନୁଧ୍ୟାନରୁ ପ୍ରକାଶ।
     ସବୁ ଋତୁରେ ମିଳୁଥିବା ପାଳଙ୍ଗ ଶାଗ ଶୀତଋତୁରେ ନିୟମିତ ଖାଇବାର ଅଭ୍ୟାସ କରନ୍ତୁ। ଶୀତରେ କେଶଝଡ଼ା ସମସ୍ୟା ସବୁଠୁ ଅଧିକ, ପାଳଙ୍ଗ ଶାଗର ପୋଷକତତ୍ତ୍ବ କେଶ ଘନତ୍ବ ବୃଦ୍ଧିରେ ସହାୟକ ହୋଇଥାଏ। ଫାଇବର୍, ପ୍ରୋଟିନ୍ ଭରପୂର ଏହି ଶାଗ ଖାଇଲେ ଶରୀରକୁ ଶକ୍ତି ମଧ୍ୟ ମିଳେ।
     ଲେଉଟିଆ, ବ୍ରାହ୍ମୀ, ଶୁନଶୁନିଆ ଇତ୍ୟାଦି ଯେ କୌଣସି ପ୍ରକାରର ଶାଗ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ଭଲ। 

    Maximum 500 characters

    ଘରକରଣ View all

    Find Us on Facebook