ମୁଖ୍ୟ ଖବର
ନୂଆଦିଲ୍ଲୀ : କ୍ରିକେଟ୍ ତାରକା ସଚିନ୍ ତେନ୍ଦୁଲ୍କଙ୍କ କାର୍ ଦାମ ୪.୨୨ କୋଟି ଟଙ୍କା। ସେ ଏହି ବିଳାସମୟ ‘ଲାମ୍ବର୍ଗିନି ଉରୁସ୍ ଏସ୍’ କାର୍ କିଣିଛନ୍ତି। ଏହି ବିଳାସମୟ ନୂଆ ‘ଏସ୍ୟୁଭି’ କାର୍ କିଣିବାରେ ତେନ୍ଦୁଲ୍କର୍ ପ୍ରଥମ ଭାରତୀୟ। ସଚିନ୍ଙ୍କ ଗ୍ୟାରେଜ୍ରେ ଥିବା ବିଳାସପୂର୍ଣ୍ଣ କାର୍ ତାଲିକା ବେଶ ଲମ୍ବା। ଏଥିରେ ‘ବିଏମ୍ଡବ୍ଲଉ ୭-ସିରିଜ୍ ଲି’, ‘ବିଏମ୍ଡବ୍ଲଉ ଏକ୍ସ୫ଏମ୍’, ‘ବିଏମ୍ଡବ୍ଲୁ ଆଇ୮’ ଏବଂ ‘ବିଏମ୍ଡବ୍ଲୁ ୫-ସିରିଜ୍’। ‘ବିଏମ୍ଡବ୍ଲୁ’ ହେଉଛି ତାଙ୍କର ପ୍ରିୟ କାର୍। ସେ ଭାରତ ପାଇଁ ‘ବିଏମ୍ଡବ୍ଲୁ’ର ବ୍ରାଣ୍ଡ୍ ଆମ୍ବାସାଡର୍।
ଆମ୍ବାସଡର ହେବାର ଅନେକ ବର୍ଷ ପୂର୍ବରୁ ‘ବିଏମ୍ଡବ୍ଲୁ ଏକ୍ସ୍୫ଏମ୍’ କାର୍ ବିଦେଶରୁ ଆମଦାନୀ କରିଥିଲେ। ସଚିନଙ୍କ କାର ଚଳାଇବା ଏକ ବଡ଼ ସୌକ। ପ୍ରତି ସପ୍ତାହ ଶେଷରେ ସେ କାର୍ ଚଳାଇବାକୁ ଘରୁ ବାହାରିଯାଆନ୍ତି। ନିକଟରେ ସେ ମୁମ୍ବାଇରେ ଗୋଟାଏ ଧଳାରଙ୍ଗର ‘ପସ୍ ୯୧୧ ଟର୍ବୋ ଏସ୍’ ଚଳାଇ ଯାଉଥିବା ଦେଖିବାକୁ ମିଳିଥିଲା। ଏହି କାର୍ ଚଳାଇବାରେ ତାଙ୍କୁ ‘ସି ଲିଙ୍କ୍’ରେ ଦୁଇଥର ଦେଖିଥିବା ମିଳିଛି। ଅନେକ ଥର ମୁମ୍ବାଇର ଭିଡ଼ ରାସ୍ତାରେ ‘ପସ୍ କେୟିନି ଟର୍ବୋ’ କାର୍ ଚଳାଇ ଯିବାର ଦେଖିବାକୁ ମିଳିଛି।
Comments ସମସ୍ତ ମତାମତ