Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୪୯ ବର୍ଷରେ ପାଦ ଥାପିଲେ ସଚିନ

    Share on :
    ajab-Image
    Date: Apr 24, 2022    Views: 4796

    ହାଇଦ୍ରାବାଦ:  କ୍ରିକେଟରେ ସଚିନଙ୍କ ସାନଦାର ପ୍ରଦର୍ଶନ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ଘର କରିଛନ୍ତି । ଭାରତୀୟ କ୍ରିକେଟର ନିର୍ବିବାଦୀୟ ରାଜା ଯଦି କେହି ହୁଅନ୍ତି, ତେବେ ସେ ହେଉଛନ୍ତି ସଚିନ ତେନ୍ଦୁଲକର । ବିଶ୍ବ କ୍ରିକେଟରେ ରହିଛନ୍ତି ଦୁଇ ପ୍ରକାରର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ବନାମ ଅନ୍ୟମାନେ । ସଚିନ କେବଳ ଜଣେ କ୍ରିକେଟର ନୁହଁନ୍ତି ବରଂ ଅଗଣିତ କ୍ରିକେଟପ୍ରେମୀଙ୍କ ଆବେଗ । ଅନେକ କ୍ରିକେଟ ଖେଳିବା ପରେ ପ୍ରଭାବୀ ପ୍ରଦର୍ଶନ ଦ୍ବାରା ପରିଚିତ ହୋଇଛନ୍ତି, ମାତ୍ର ସଚିନ, କ୍ରିକେଟକୁ ସର୍ବତ୍ର ପହଞ୍ଚାଇଛନ୍ତି । ଆଜି ମାଷ୍ଟର ବ୍ଲାଷ୍ଟର ତଥା ସମସ୍ତଙ୍କ ଲିଟିଲ ମାଷ୍ଟର ୪୯ ବର୍ଷରେ ପଦାର୍ପଣ କରିଛନ୍ତି ।
    ୧୯୭୩ ମସିହା ଆଜିର ଦିନରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସଚିନ । ମୁମ୍ବାଇ ସହରରେ ଜନ୍ମ ନେଇଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୯୮୯ ମସିଆରେ ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚ ସେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ୨୪ ବର୍ଷର ଲମ୍ବା କ୍ରିକେଟ କ୍ୟାରିଅରରେ ସେ ୬ ଟି ବିଶ୍ବକପ ଖେଳିବାକୁ ସକ୍ଷମ ହୋଇ ପାରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook