ମୁଖ୍ୟ ଖବର
ଭୁବନେଶ୍ୱର: ଆଜି ସାବିତ୍ରୀ ବ୍ରତ । ତେବେ ଏହାପୂର୍ବରୁ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକ ଉପରେ କଟକଣା ଲଗାଯାଇଛି । ସାବିତ୍ରୀ ବ୍ରତ ଭିଡକୁ ଦୃଷ୍ଟିରେ ରଖି ଜଗତସିଂହପୁରର ସମସ୍ତ ମନ୍ଦିରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ ।
ଜଗତସିଂହପୁରର ସମସ୍ତ ମନ୍ଦିରରେ ୧୪୪ ଧାରା । ମନ୍ଦିରରେ ପୂଜା ଉପରେ କଟକଣା ଲଗାଯାଇଛି । ସେହିପରି ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ବନ୍ଦ ରହିବ । ପୂଜା ଉପରେ କଟକଣା ଲଗାଯାଇ ସହ ୧୪୪ ଧାରା ଜାରି କରାଯାଇଛି । କାକଟପୁରର ମନ୍ଦିରରେ ମଧ୍ୟ ଭକ୍ତଙ୍କ ପୂଜା ଉପରେ କଟକଣା ଲଗାଯାଇଛି । ଦେବଗଡରେ ମହିଳାଙ୍କୁ ଘରେ ରହି ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା କରିବାକୁ ଏସପି ପରାମର୍ଶ ଦେଇଛନ୍ତି ।
ମେ ୩୧ ତାରିଖ ଯାଏ ସାରା ଦେଶରେ ଚତୁର୍ଥ ପର୍ୟ୍ୟାୟ ଲକଡାଉନ୍ ଜାରି ହୋଇଥିବା ବେଳେ ମନ୍ଦିର ଓ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଓ ପୂଜାର୍ଚ୍ଚନା ଉପରେ କଟକଣା ଲଗାଯାଇଛି । ମନ୍ଦିର ଖୋଲିବ କିନ୍ତୁ ଭକ୍ତଙ୍କ ପୂଜାର୍ଚ୍ଚନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments ସମସ୍ତ ମତାମତ