Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଲେ ସୁନୀଲ

    Share on :
    ajab-Image
    Date: Oct 2, 2021    Views: 3223

    ନୂଆଦିଲ୍ଲୀ: ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ଆକ୍ରମଣପନ୍ଥି ଖେଳାଳି ଏସ.ଭି ସୁନୀଲ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ସୁନୀଲଙ୍କ ଅବସର ନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। କର୍ଣ୍ଣାଟକର ୩୨ ବର୍ଷୀୟ ଅଗ୍ରଭାଗ ଖେଳାଳି ସୁନୀଲ ୧୪ ବର୍ଷର ଅନ୍ତଜାତୀୟ କ୍ୟାରିୟରରେ ୨୬୪ଟି ମ୍ୟାଚ ଖେଳି ୭୨ଟି ଗୋଲ ସ୍କୋର କରିଛନ୍ତି। ଟୋକିଓ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳରେ ସ୍ଥାନ ପାଇବାରେ ସୁନୀଲ ବିଫଳ ହୋଇଥିଲେ। ଯୁବ ଖେଳାଳିମାନଙ୍କୁ ବାଟ ଛାଡ଼ିବାର ଉପଯୁକ୍ତ ସମୟ ଆସିଛି। ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ଦଳର ବହୁ ପ୍ରତୀକ୍ଷିତ ସଫଳତା ପରେ ଦେଶରେ ହକି ନୂଆ ପରିଚୟ ପାଇଛି। ଯୁବ ଖେଳାଳିମାନଙ୍କୁ ଦକ୍ଷ କରିବା ନେଇ ବରିଷ୍ଠ ଖେଳାଳିମାନେ ବାଟ ଛାଡ଼ିବାର ଉପଯୁକ୍ତ ସମୟ ବୋଲି ଅବସର ଘୋଷଣା କରିବା ପରେ ସୁନୀଲ ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ କରିଛନ୍ତି।


    ଏକଦା ଭାରତୀୟ ଦଳର ଶ୍ରେଷ୍ଠ ଆକ୍ରମଣପନ୍ଥି ଖେଳାଳି ଥିବା ସୁନୀଲ ୨୦୧୨ ଲଣ୍ଡନ ଓ ୨୦୧୬ ରିଓ ଅଲିମ୍ପିକ୍‌ସରେ ପ୍ରତିନିଧିତ୍ବ କରିଛନ୍ତି। ୨୦୧୪ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଓ ୨୦୧୮ କାଂସ୍ୟ ,୨୦୧୭ ଏସିଆ କପ୍‌ , ୨୦୧୪ ରାଜ୍ୟ​‌େ​‌ଗାଷ୍ଠୀ କ୍ରୀଡ଼ା ରୌପ୍ୟ, ୨୦୧୬ ଓ ୨୦୧୮ ଏଫ୍‌ଆଇଏଚ୍‌ ଚମ୍ପିଆନ୍ସ ଟ୍ରଫିରେ ରୌପ୍ୟ, ୨୦୧୫ ହକି ବିଶ୍ବଲିଗ୍‌ ଫାଇନାଲ୍‌ସରେ କାଂସ୍ୟ, ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook