Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରୁଷରୁ ୫ଟି ଏସ୍-୪୦୦ କିଣିବ ଭାରତ

    Share on :
    ajab-Image
    Date: Sep 6, 2026    Views: 2318

    ନୂଆଦିଲ୍ଲୀ: ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ କରିବା ପାଇଁ ଭାରତର ଯୋଜନା କ୍ରିୟାଶୀଳ ହୋଇଛି। ଏଥିପାଇଁ ମୂଲ୍ୟ ନିର୍ଦ୍ଧାରଣ ଓ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବାକୁ ରୁଷ୍‌ ସରକାର ଭାରତ ନିକଟକୁ ବିଲ୍ ଅଫ୍ କ୍ୱାଣ୍ଟିଟି (ବିଓକ୍ୟୁ) ପ୍ରସ୍ତାବ ପଠାଇଛନ୍ତି, ଯେଉଁଥିରେ ନିର୍ମାଣ ଓ ସାମଗ୍ରୀର ଆନୁମାନିକ ଖର୍ଚ୍ଚ ଦର୍ଶାଯାଇଛି। ୨୦୧୮ ମସିହାରେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ୫.୪୩ ବିଲିୟନ୍ ଡଲାର ମୂଲ୍ୟରେ ଚୁକ୍ତି ହୋଇଥିବା ପ୍ରଥମ ପାଞ୍ଚଟି ଏସ୍-୪୦୦ ମଧ୍ୟରୁ ଶେଷ ସିଷ୍ଟମଟି ଚଳିତ ବର୍ଷ ନଭେମ୍ବର ମାସରେ ଭାରତରେ ପହଞ୍ଚିବ। ଏହାକୁ ଚୀନ୍ ସୀମାରେ ଭାରତର ପୂର୍ବ ସେକ୍ଟରରେ ମୁତୟନ କରାଯିବ। ଅର୍ଥ ମନ୍ତ୍ରଣାଳୟର ସବୁଜ ସଙ୍କେତ ଏବଂ ରୁଷ ସହ ମୂଲ୍ୟ ଚୂଡ଼ାନ୍ତ ହେବା ପରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ଅଧିକ ୫ଟି ଏସ୍-୪୦୦ କ୍ରୟ ଉପରେ ଚୂଡ଼ାନ୍ତ ମୋହର ମାରିବ। ସୂଚନାଥାଉ କି ଅପରେସନ୍ ସିନ୍ଦୂର ସମୟରେ ଏସ୍-୪୦୦ ସିଷ୍ଟମ୍ ନିଜର କ୍ଷମତା ପ୍ରଦର୍ଶନ କରିଥିଲା। ସେହିପରି ରୁଷଠାରୁ ପଞ୍ଚମ ପିଢ଼ିର ସୁ-୫୭ ଯୁଦ୍ଧବିମାନ କ୍ରୟ ନେଇ ଚର୍ଚ୍ଚା ହେଉଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook