Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ୨୦୨୨- ଛାତି ଥରାଇ ଦେଇଛି ଋଷିଆ-ୟୁକ୍ରେନ ଯୁଦ୍ଧ

    Share on :
    ajab-Image
    Date: Dec 19, 2022    Views: 4252

    ଭୁବନେଶ୍ୱର : ଫେବୃୟାରୀ ୨୪, ୨୦୨୨, ଆରମ୍ଭ ହୋଇଥିଲା ଭୟଙ୍କର ଋଷ-ୟୁକ୍ରେନ ଯୁଦ୍ଧ । ଏହି ଯୁଦ୍ଧ ବର୍ତ୍ତମାନ ପର୍ଯ୍ୟନ୍ତ ଥମିବାର ନାଁ’ ନେଉନି । ଏହା କେବଳ ଋଷିଆ-ୟୁକ୍ରେନର ନୁହେଁ ବରଂ ସମଗ୍ର ବିଶ୍ୱର ଅର୍ଥନୀତିକୁ ଦେହାଲାଇ ଦେଇଛି ।  କ୍ଷୁଦ୍ର ରାଷ୍ଟ୍ର ୟୁକ୍ରେନ ଉପରେ ଆକାଶମାର୍ଗରୁ ପ୍ରଚଣ୍ଡ ଆକ୍ରମଣ ଜାରି କରିଥିଲା ଶକ୍ତଶାଳୀ ରାଷ୍ଟ୍ର ଋଷ  । ଯୁଦ୍ଧକୁ ନେଇ ସବୁଠି ହାହାକାର ପରିସ୍ଥିତି  ସୃଷ୍ଟି ହୋଇଥିବାବେଳେ ଆକେରିକା  ୟୁକ୍‌ରେନ ସଙ୍କଟକୁ ଦୃଷ୍ଟିରେ  ରଖି ବାଇଡେନ ଋଷିଆ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇଥିଲେ ।

    ଏହିକ୍ରମରେ ଋଷିଆ ପାଇଁ ନିଜର ବାୟୁସୀମା ବନ୍ଦ କରିଥିଲା ଆମେରିକା  । ୟୁକ୍ରେନ ଉପରେ ଋଷର ଘନଘନ ମିଶାଇଲ ମାଡରେ ଥରି ଉଠୁଥିଲା ପୂରା ୟୁକ୍ରେନ । ବିନା ସୂଚନାରେ ୟୁକ୍ରେନ ଉପରେ ତାଣ୍ଡବ ରଚୁଥିଲା ଋଷିଆ । ଭୟରେ ଦେଶ ଛାଡୁଥିଲେ ଅନେକ ନାଗରିକ । ଦେଶ ଛାଡିଲାବେଳେ ମଧ୍ୟ କିଭର  ମୁଖ୍ୟ ରେଳ ଷ୍ଟେସନ ଉପରେ  ଘନଘନ ରମେଟ ମାଡ କରୁଥିଲା ଋଷିଆ । ଅନେକ ଜୀବନ ବି ଯାଉଥିଲା । ଏହି ଭୟଙ୍କର ଯୁଦ୍ଧରେ ଟଳିପଡୁଥିଲେ ଉଭୟ ଦେଶର ହଜାର ହଜାର ସୈନ୍ୟ । ରାସ୍ତାରେ ପଡି ସଢୁଥିଲା କୁଢ କୁଢ ସୈନ୍ୟଙ୍କ ମୃତ ଦେହ । ୟୁକ୍ରେନରେ ପିଲାଙ୍କ ଆଗରେ ମା’ଙ୍କୁ ବଳତ୍କାର କରାଯାଉଥିବା ମଧ୍ୟ କୁହାଯାଉଥିଲା ।

     ଏହା ସହିତ ଋଷ ସେନା ବୁଚାରେ ଗଣହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ବୁଚା ଲୋକମାନଙ୍କୁ ଋଷ ସୈନିକ ଅତି ବର୍ବର ଭାବେ ଗୁଳି କରି ହତ୍ୟା କରିଥିବା  ୟୁକ୍‌ରେନ ଦାବି କରିଥିଲା  । ଲୋକଙ୍କ ହାତ ବାନ୍ଧି ସେମାନଙ୍କ ମୁଣ୍ଡ ଏବଂ ପାଟିରେ ଗୁଳି କରାଯାଇଥିବା ଜଣାପଡିଥିଲା  । କିନ୍ତୁ ସବୁ ପରେବି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବର୍ବରତାକୁ ସାମ୍ନା କରୁଥିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ଋଷର ଆକ୍ରମଣ ଏତେ ର୍ବବର ଥିଲା ଯେ, ସାରା ବିଶ୍ୱରେ ଏହାକୁ ନିନ୍ଦା କରାଯାଉଥିଲା । ଏହି ଘଟଣାକୁ ନିନ୍ଦା କରି ଋଷର ‘ରେନ୍‌ ଟିଭି’ ନାମକ ଏକ ଚ୍ୟାନେଲର ସମସ୍ତ କର୍ମଚାରୀ ଟିଭିରେ ଲାଇଭ ଇସ୍ତଫା ଦେଇଥିଲେ । ଏହି ଯୁଦ୍ଧ ଘଟଣାକୁ ନେଇ ଜେଲେନସ୍କିଙ୍କ ପତ୍ନୀ ମଧ୍ୟ ଗଣମାଧ୍ୟମକୁ ଏକ ଚିଠି ଲେଖିଥିଲେ । ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା । 


    ଅନ୍ୟପଟେ ୟୁକ୍ରନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଅପରେଶନ ଗଙ୍ଗା ମାଧ୍ୟମରେ ସ୍ୱଦେଶ ଫେରାଇ ଆଣିଥିଲେ ଭାରତ ସରକାର ।  ଏବେ ମଧ୍ୟ ଋଷ ୟୁକ୍ରନ ଯୁଦ୍ଧ ଥମିବାର ନାଁ’ ନେଉନି । କେବେ ଏ ଯୁଦ୍ଧ ଅନ୍ତ ତାହା ବର୍ତ୍ତମାନ ପ୍ରଶ୍ନବାଚୀ । 

    Maximum 500 characters

    ସିନେମା View all

    Find Us on Facebook