Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ଋଷ ବିରୋଧରେ ଭୋଟ ଦେଲାନି ଭାରତ

    Share on :
    ajab-Image
    Date: May 14, 2022    Views: 3654

    ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୠଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତ ଲଗାତର ଭାବେ ନିରପେକ୍ଷ ନୀତି ଆପଣାଇ ଆସୁଛି । ନିକଟରେ ଅନେକ ଥର ଋଷିଆ ୟୁକ୍ରେନ ପ୍ରସଙ୍ଗରେ ଜାତସଂଘରେ ହୋଇଥିବା ଭୋଟିଂରୁ ଭାରତ ନିଜକୁ ନିବୃତ ରଖୁଥିଲା ।  ଗତକାଲି ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ  (ୟୁଏନଏଚ୍ଆରସି) ଭୋଟିଂରେ ଭାରତ ପୁଣିଥରେ ଭୋଟିଂରୁ ନିଜକୁ ଦୂରେଇ ରଖିଛି ।

    ୪୭ଟି ଦେଶ ମଧ୍ୟରୁ ୩୩ଦେଶ ଋଷ ବିରୋଧରେ ଭୋଟ ଦେଇଛନ୍ତି । ଭାରତ, ପାକିସ୍ତାନ ସମେତ ୧୨ଦେଶ ଭୋଟିଂ ପ୍ରକ୍ରିୟାରୁ ନିଜକୁ ବାଦ୍ ଦେଇଛନ୍ତି ।  ଚୀନ ଏବଂ ଇରିଟ୍ରିୟା ଋଷ ସପକ୍ଷରେ ଭୋଟ ଦେଇଥିବା ସୂଚନା ମିଳିଛି ।    

    Maximum 500 characters

    ଦେଶ ବିଦେଶ View all

    Find Us on Facebook