Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆମେରିକା ଛାଡ଼ିବେ ରୁଷର କୂଟନୀତିଜ୍ଞ, ଜାଣନ୍ତୁ କେବେ

    Share on :
    ajab-Image
    Date: Nov 29, 2021    Views: 2941

    ୱାଶିଂଟନ: ରୁଷର କୂଟନୀତିଜ୍ଞମାନେ ଜାନୁଆରୀ ମାସରେ ଆମେରିକା ଛାଡ଼ିବେ ବୋଲି ଆମେରିକାରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନୋଭ କହିଛନ୍ତି । ସେ କହିଛନ୍ତି କୂଟନୀତିଜ୍ଞମାନଙ୍କୁ ବାହାର କରି ଦିଆଯାଉଛି । ଜାନୁଆରୀ ୩୦ରେ ସପରିବାର ୨୭ ଜଣ ରୁଷ ରାଷ୍ଟ୍ରଦୂତ ଆମେରିକା ଛାଡ଼ି ଚାଲିଯିବେ । 
    ଆଗାମୀ ଜୁନ ମାସ ୩୦ ତାରିଖରେ ଆଉ ୭ ଜଣ କୂଟନୀତିଜ୍ଞ ଏଠାରୁ ଚାଲିଯିବେ ବୋଲି ଆଣ୍ଟୋନୋଭ ସୋଲୋଭିଭ ଲାଇଭ ୟୁଟୁ୍ୟବ ସୋ’ରେ କହିଛନ୍ତି । କୂଟନୀତିଜ୍ଞଙ୍କ ପତ୍ନୀମାନଙ୍କର ଭିସା ସ୍ୱୀକୃତି ହଟାଯାଇଥିବା ବେଳେ ସେମାନଙ୍କ ପିଲାମାନେ ଭସା ପାଇବାରେ ଅସମର୍ଥ ବୋଲି ସେ ଉଲ୍ଲେଖ କରିଛନ୍ତି । ରୁଷ ପ୍ରତି ଆମେରିକାର ଆଭିମୁଖ୍ୟ ଏକପାଖିଆ ହୋଇଥିବାରୁ ରୁଷ ମଧ୍ୟ ଏହା ଗମ୍ଭୀରତାର ସହ ନେଇଛି ବୋଲି ଆଣ୍ଟୋନୋଭ କହିଛନ୍ତି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook