Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଋଷି ସୁନାକ ବି୍ରଟେନର ନୂଆ ଅର୍ଥମନ୍ତ୍ରୀ

    Share on :
    ajab-Image
    Date: Feb 14, 2020    Views: 5067

    ଲଣ୍ଡନ: ବି୍ରଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ମନ୍ତ୍ରିମଣ୍ଡଳରେ ବଧଡ଼ ଧରଣର ଅଦଳ ବଦଳ କରିଛନ୍ତି । ଭାରତୀୟ ବଂଶୋଭବ ରାଜନେତା ତଥା ଇନଫୋସସର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଜାମାତା ଋଷି ସୁନାକଙ୍କୁ ବି୍ରଟେନର ନୂଆ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି । ସୁନାକ ବୋରିସ ଜନସନଙ୍କ ମନ୍ତ୍ରିମଣ୍ଡଳରେ ଦ୍ୱିତୀୟ ଭାରତୀୟ ବଂଶୋଭବ ଭାବେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ପାଇଛନ୍ତି । ଭାରତୀୟ ବଂଶୋଭବ ପ୍ରୀତି ପଟେଲ ଏବେ ବି୍ରଟେନ ଗୃହମନ୍ତ୍ରୀ ଅଛନ୍ତି । ଦେଶର ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟରେ ଦୁଇ ଜଣ ଭାରତୀୟଙ୍କୁ ଅବସ୍ଥାପିତ କରାଯିବା କୂଟନୈତିକ ଦୃଷ୍ଟିରୁ ମଧ୍ୟ ବେଶ ମହତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ୩୯ ବର୍ଷୀୟ ସୁନାକ ପୂର୍ବରୁ ଟ୍ରେଜେରୀ ମୁଖ୍ୟ ସଚିବ ଦାୟିତ୍ୱରେ ଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook