ମୁଖ୍ୟ ଖବର
ସାଧାରଣତଃ ସମସ୍ତେ ପର୍ସ ବ୍ୟବହାର କରିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ବ୍ୟବହୃତ ହେଉଥିବା ପର୍ସ ର ମଧ୍ୟ କିଛି ନିୟମ ରହିଛି । ଯାହାକୁ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥାଏ । ବାସ୍ତୁ ଅନୁଯାୟୀ -
- ପର୍ସର ଆକାର ଯଥେଷ୍ଟ ବଡ ବା ସାନ ନ ହେବା ଉଚିତ୍ । ଏହାର ଆକାର ପରଫେକ୍ଟ ହେବା ଆବଶ୍ୟକ ।
ଏଥିରେ ପର୍ଯ୍ୟାପ୍ତ ଜାଗା ରହିବା ଦରକାର । ନୋଟ୍, ମୁଦ୍ରା ଏବଂ କ୍ରେଡିଟ କାର୍ଡ ଆଦି ରଖିବା ପାଇଁ ଯେମିତି ଯଥେଷ୍ଟ ଜାଗା ରହିବ ।
- ପର୍ସରେ ପଇସାକୁ ମୋଡି ରଖନ୍ତୁ ନାହିଁ । କାରଣ ପଇସାକୁ ମୋଡି ବା ଭାଙ୍ଗି ରଖିବା ଦ୍ୱାରା ଧନବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ ।
- ପାଖରେ ପର୍ସ ରଖିବା ସମୟରେ ଏହାର ରଙ୍ଗ ପ୍ରତି ଧ୍ୟାନ ରଖନ୍ତୁ । କଳା ଓ ନୀଳ ରଙ୍ଗର ପର୍ସ ବ୍ୟବହାର କରିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହାଛଡା ସୁନେଲି, ରୁପେଲି ଏବଂ ଲାଲ ରଙ୍ଗର ପର୍ସ ମଧ୍ୟ ଆକର୍ଷଣୀୟ ଦେଖାଯାଏ ।
- ପର୍ସକୁ କେବେ ହେଲେ ଖାଲି ରଖିବା ଉଚିତ୍ ନୁହେଁ । କାିଛି ନା କିଛି ଏହା ଭିତରେ ରଖିବା ଆବଶ୍ୟକ । ବାସ୍ତୁ ଦୃଷ୍ଟିରୁ ଖାଲି ପର୍ସ ଧନପ୍ରାପ୍ତି ପାଇଁ ବାଧାପ୍ରାପ୍ତ ହୋଇଥାଏ ।
Comments ସମସ୍ତ ମତାମତ