Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରୁକୁଣା ରଥରୁ ଖସିପଡ଼ିଲେ ଭୋଇ ସେବାୟତ

    Share on :
    ajab-Image
    Date: Mar 26, 2026    Views: 3822

    ଭୁବନେଶ୍ୱର: ରୁକୁଣା ରଥଯାତ୍ରାରେ ଅଘଟଣ। ରଶି ବାନ୍ଧିବା ବେଳେ ରଥ ମଝିରୁ ଖସିପଡ଼ିଲେ ଭୋଇ ସେବାୟତ। ସେବାୟତଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି। ରୁକୁଣା ରଥର ଚାରମାଳ ବାନ୍ଧିବା ସମୟରେ ଦୁର୍ଘଟଣା ଘଟିଛି।  ରଥ ମଝିରୁ ତଳକୁ ପଡିଗଲେ ଭୋଇ ସେବାୟତ। ମୁଣ୍ଡରେ ଆଘାତ ଲାଗିବା ସହ ସାମାନ୍ୟ ଆହତ ହୋଇଛନ୍ତି ଭୋଇ ସେବାୟତ ଜଟିଆ ଭୋଇ।  ସେବାୟତଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଛନ୍ତି । କିପରି ଘଟିଲା ଅଘଟଣ ? କେଉଁ ପରିସ୍ଥିତିରେ ରଥରୁ ଖସି ପଡ଼ିଲେ ସେବାୟତ ସେହି ଘଟଣାର ଅନୁସନ୍ଧାନ ଚାଲିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook