Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମଧୁମେହ ରୋଗୀ ଖାଆନ୍ତୁ ନାହିଁ ଏହି ଅଟାର ରୁଟି, ନଚେତ୍ ବଢିପାରେ ରକ୍ତ ଶର୍କରା

    Share on :
    ajab-Image
    Date: Mar 19, 2023    Views: 2455

    ମଧୁମେହ ରୋଗୀଙ୍କୁ ସେମାନଙ୍କ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଟିକିଏ ଅସାବଧାନତା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ସେମାନଙ୍କ ସୁଗାର ଲେଭଲ ନିୟନ୍ତ୍ରଣରୁ ବାହାରିଯାଇଥାଏ । ଏଥିପାଇଁ ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ, ମଧୁମେହ ରୋଗୀ ସେମାନଙ୍କ ଖାଦ୍ୟରେ ସେହିସବୁ ଖାଦ୍ୟ ସାମିଲ କରିବା ଉଚିତ୍, ଯାହାଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିବ ।

    ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତରେ ପ୍ରାୟ ୭ କୋଟି ଲୋକ ମଧୁମେହ ରୋଗରେ ପୀଡିତ । ଏମିତିରେ ମଧୁମେହ ରୋଗୀଙ୍କୁ ଏପରି ଖାଦ୍ୟଠାରୁ ଦୂରେଇ ରହିବାକୁ ପଡିବ, ଯାହାର ଗ୍ଲାସେମିକ୍ ଇଣ୍ଡେଭାଲ୍ବୁ ଅଧିକ ଅଛି । ଏମିତିରେ ଗହମ ଅଟାରେ କାର୍ବସ୍ ଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହାଦ୍ବାରା ରକ୍ତ ଶର୍କରା ସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ତେଣୁ ଯେତେ ସମ୍ଭବ ଏହି ଅଟାର ରୁଟି କମ୍ ଖାଆନ୍ତୁ ।

    ଏହା ବ୍ୟତୀତ ଉଚ୍ଚ ରକ୍ତ ଶର୍କରା ସ୍ତର ସମସ୍ୟାରେ ପୀଡିତ ଲୋକଙ୍କୁ ପ୍ରତିଦିନ ବାସି ରୁଟି ଏବଂ ଥଣ୍ଡା କ୍ଷୀର ଖାଇବା ଉଚିତ ନୁହେଁ । ଯଦି ଆପଣ ଚାହାଁନ୍ତି ତେବେ ବାସି ରୁଟିକୁ ଥଣ୍ଡା କ୍ଷୀରରେ ୧୦-୧୫ ମିନିଟ୍ ଭିଜାଇଦିଅନ୍ତୁ । ଏହାକୁ ଦିନରେ ଆପଣ ଖାଇ ପାରିବେ । ଏହାଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।

    ମଧୁମେହ ରୋଗୀ ଚଣା ଅଟାରେ ପ୍ରସ୍ତୁତ ରୁଟି ଖାଇପାରିବେ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଚଣା ଅଟାରେ ଦ୍ରବୀଭୂତ ଫାଇବର ରହିଥାଏ, ଯାହା ଶରୀରରେ ବଢୁଥିବା ଖରାପ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ରକ୍ତରେ ଗ୍ଲୁକୋଜର ଅବଶୋଷଣ ପ୍ରକ୍ରିୟାକୁ ମଧ୍ୟ ମନ୍ଥର କରିଥାଏ । ଯାହା ଫଳରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।

    Maximum 500 characters

    ବିଶେଷ View all

    Find Us on Facebook