ମୁଖ୍ୟ ଖବର
ନୂଆଦିଲ୍ଲୀ: ଆଜି ରୋଜଗାର ମେଳା କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୭୧ହଜାର ନିଯୁକ୍ତିପତ୍ର ବିତରଣ କରିବେ । ଏଥିସହ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କଥାହେବେ ବୋଲି ସୂଚନା ମିଳିଛି । ରୋଜଗାର ମେଳା ମାଧ୍ୟମରେ ଅନେକ ଯୁବବର୍ଗଙ୍କୁ ନିଯୁକ୍ତିି ସୁଯୋଗ ମିଳିବ ଏବଂ ଦେଶର ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି ।
ଗତ ଅକ୍ଟୋବରରେ ରୋଜଗାର ମେଳା ଅଧୀନରେ ୭୫ହଜାରରୁ ଉଦ୍ଧ୍ୱର୍ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଗୁଜୁରାଟ ଏବଂ ହିମାଚଳ ପ୍ରଦେଶକୁ ଛାଡି ଦେଶର ପ୍ରାୟ ୪୫ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି । ଏହାସହିତ ପ୍ରଦାନମନ୍ତ୍ରୀ ମୋଦି ଏହି ଅବସରରେ କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି । ଏହି ମଡ୍ୟୁଲ ହେଉଛି ବିଭିନ୍ନ ସରକାରୀ ବିଭାଗରେ ନୂଆ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ଅନଲାଇନ୍ କୋର୍ସ। ଏଥିରେ ସରକାରୀ କର୍ମଚାରୀଙ୍କୁ ଆଚରଣ ସଂହିତା , କର୍ମକ୍ଷେତ୍ରରେ ନୈତିକତା, ମାନବ ସମ୍ବଳ ନୀତି ଆଦି ସାମିଲ ହେବ ବୋଲି ସୂଚନା ମିଳିଛି ।
Comments ସମସ୍ତ ମତାମତ