Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗୋଷ୍ଠୀ ସଂଘର୍ଷରେ ୩ ଜଣ ଗୁରୁତର

    Share on :
    ajab-Image
    Date: Feb 5, 2026    Views: 3353

    ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ବଡପୁଟ ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପାରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ପ୍ରକାଶ ବଳବନ୍ତରାୟ, ତାଙ୍କ ପୁତୁରା ଗୁଡୁ ବଳବନ୍ତରାୟ ଓ ପବିତ୍ର ବଳବନ୍ତରାୟ । ଆକ୍ରମଣକାରୀ ହେଲେ ସେହି ଗ୍ରାମର ବାଦଲ ବଳବନ୍ତରାୟ ଓ ତାଙ୍କ ସମ୍ପର୍କୀୟ । ଗୁରୁତର ମାନଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡ଼ିକାଲ ପରେ ଏମ୍ସ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଜଣେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏନେଇ କଣାସ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନବିନ ଆରମ୍ଭ କରିଛି । ଏହି ଘଟଣାରେ ନାଣ୍ଡୁ ନାମକ ଜଣେ ବ୍ୟକ୍ତି ଗିରଫ ହୋଇଥିବା ସୂଚନା ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook