Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମ୍ୟାଚ ପରେ ତିଳକକୁ ନେଇ ଏମିତି ଭବିଷ୍ୟବାଣୀ କଲେ ରୋହିତ ଶର୍ମା

    Share on :
    ajab-Image
    Date: May 13, 2022    Views: 4298

    ମୁମ୍ବାଇ: ଆଇପିଏଲ ୨୦୨୨ର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ଉଇକେଟରେ ପରାସ୍ତ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ଚଳିତ ସିଜିନ୍ରେ ତୃତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଚେନ୍ନାଇ ଦ୍ୱାଦଶ ମ୍ୟାଚରୁ ଅଷ୍ଟମ ପରାଜୟ ବରଣ କରି ତଳଆଡୁ ଦ୍ୱିତୀୟ ସ୍ଥାନରେ ସ୍ଥିର ରହିଛି । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ୍ ଦୌଡରୁ ବାଦ୍ ପଡିଛନ୍ତି । 

    ଗତକାଲିର ମ୍ୟାଚ ପରେ ଅଧିନାୟକ ରୋହିତ ଶର୍ମା ମୁମ୍ବାଇର ତିଳକ ବର୍ମାଙ୍କୁ ପ୍ରଶଂସା କରିଛନ୍ତି । ସେ ଭବିଷ୍ୟବାଣୀ କରି କହିଛନ୍ତି ଯେ, ଆଗାମୀ ସମୟରେ ସେ ତିନିଟି ଫର୍ମାଟରେ ଟିମ ଇଣ୍ଡିଆ ପାଇଁ ଖେଳିବାର ଦକ୍ଷତା ରଖିଛନ୍ତି ।

     ରୋହିତ କହିଛନ୍ତି, ଚଳିତ ଆଇପିଏଲରେ ତିଳକ ଡେବୁ୍ୟ କରିଛନ୍ତି । ସେ ବହୁତ ଭଲ ବ୍ୟାଟିଂ କରନ୍ତି । ତିଳକଙ୍କ ସହ ଯେବେ କଥା ହୁଏ, ତାଙ୍କଠାରେ ରନ୍ ଭୋକ ଦେଖାଯାଏ । ସେ ସର୍ବଦା ଶାନ୍ତ ଖେଳନ୍ତି । ତାଙ୍କୁ ଖୁବ ଶୀଘ୍ର ସମସ୍ତ ତିନୋଟି ଫର୍ମାଟରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିବ । ତାଙ୍କର ଭଲ କୌଶଳ ଅଛି ।
    ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ଆଇପିଏଲର ସବୁଠାରୁ ସଫଳ ଦଳ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ପାଂଚ ଥର ଆଇପିଏଲ ଟାଇଟଲ ଜିତିଛି, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିପାରି ନାହିଁ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook