Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କ୍ରୀଡ଼ାରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି ରୋଜର ଫେଡେରର

    Share on :
    ajab-Image
    Date: Sep 16, 2022    Views: 3397

    ଜ୍ୟୁରିକ୍‌: ଟେନିସ୍ ଦୁନିଆର ଅନ୍ୟତମ ଶ୍ରେଷ୍ଠ ଖେଳାଳି ସ୍ବିଜରଲାଣ୍ଡର ରୋଜର ଫେଡେରର କ୍ରୀଡ଼ାରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି। ଗୁରୁବାର ସ୍ବିଜରଲାଣ୍ଡର ଫେଡେରର ଏହି ଘୋଷଣା କରିବା ସହ ଟେନିସ୍‌ ଦୁନିଆରେ ଏକ ଯୁଗର ଅନ୍ତଃ ଘଟିଛି। ଆସନ୍ତା ସପ୍ତାହରେ ଲଣ୍ଡନ୍‌ରେ ଲେଭର୍ କପ୍‌ ଖେଳିବା ପରେ ସେ ଆଉ ଖେଳିବେ ନାହିଁ। ବାରମ୍ବାର ଆହତ ହେବା ଏବଂ ବୟସ ତାଙ୍କ ସପକ୍ଷରେ ନ ଥିବା ଯୋଗୁଁ ୪୧ ବର୍ଷ ବୟସ୍କ ଫେଡେରର ଏହି ନିଷ୍ପତ୍ତି ନେଇଛନ୍ତି। ଫେଡେରର ୩ୟ ସର୍ବାଧିକ ୨୦ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଜିତିବାର କୃତିତ୍ବ ଅର୍ଜନ କରିଛନ୍ତି। ଏଥିରୁ ସେ ସର୍ବାଧିକ ୮ ଥର ୱିମ୍ବଲଡନ ଟାଇଟଲ ଜିତିଛନ୍ତି। କେବଳ ରାଫେଲ ନାଦାଲ (୨୨) ଓ ନୋଭାକ୍ ଜୋକୋଭିକ୍ (୨୧) ଫେଡେରରଙ୍କଠାରୁ ଅଧିକ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟ୍ରଫି ଜିତିଛନ୍ତି। ୧୯୯୮ରେ ପେସାଦାର ପାଲଟିଥିବା ଫେଡେରର ୨୦୦୩ ୱିମ୍ବଲଡନ୍‌ରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଜିତିଥିବା ବେଳେ ୨୦୧୮ ଅଷ୍ଟ୍ରେଲିଆନ୍‌ ଓପନ୍‌ ତାଙ୍କର ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଥିଲା। କ୍ରମାଗତ ୨୩୭ ସପ୍ତାହ ଧରି ଫେଡେରର ବିଶ୍ବର ୧ନଂ ସିଙ୍ଗଲ୍‌ସ ଖେଳାଳି ରହିଥିଲେ। ଫେଡେରରଙ୍କ ଅବସର ସହ ପୁରୁଷ ଟେନିସ୍‌ ଦୁନିଆରେ ଏକ ଶୂନ୍ୟପଣ ସୃଷ୍ଟି ହେବ ନିଶ୍ଚୟ। କାରଣ ତାଙ୍କ ପରି କଳାତ୍ମକ ଓ ଆକର୍ଷଣୀୟ ଟେନିସ ଖେଳାଳି ବିଶ୍ବରେ ବିରଳ।

    Maximum 500 characters

    ଖେଳ ଖବର View all

    Find Us on Facebook