Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୟୁପିରେ ଇସ୍ରୋର ପ୍ରଥମ ରକେଟ ପରୀକ୍ଷଣ

    Share on :
    ajab-Image
    Date: Jun 16, 2025    Views: 4248

    ଲକ୍ଷ୍ନୌ : ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଇସ୍ରୋ ପକ୍ଷରୁ ରବିବାର ପ୍ରଥମଥର ପାଇଁ ଏକ ରକେଟ ପରୀକ୍ଷଣ କରାଯାଇଛି । ଜିଲ୍ଲାର ତମକୁହିରାଜ ତହସିଲ ଅନ୍ତର୍ଗତ ଏପି ବନ୍ଧ ଜଙ୍ଗଲପଟି ଗାଁ ନିକଟରେ ଅପରାହ୍ନ ୫ଟା  ୧୪ ମିନିଟ୍‌ ୩୩ ସେକେଣ୍ଡରେ ରକେଟଟି ଉଡାଣ କରିଥିଲା ।  ଏହା ୧.୧ କି.ମି. ସଫଳତାର ସହ ଯାତ୍ରା କରିଥିଲା । ଟେକ୍‌ ଥ୍ରଷ୍ଟ ଇଣ୍ଡିଆ ଲିମିଟେଡ କମ୍ପାନିର ସହଯୋଗରେ ଇସ୍ରୋ ପକ୍ଷରୁ ଏହି ପରୀକ୍ଷା କରାଯାଇଥିଲା । ଇସ୍ରୋର ବୈଜ୍ଞାନିକ  ଅଭିଷେକ ସିଂହଙ୍କ ସୂଚନା ଅନୁସାରେ ରକେଟଟି ୧.୧ କି.ମି  ଉପରକୁ ଉଠିବା ପରେ ଏକ ଛୋଟ ଉପଗ୍ରହ ବାହାରକୁ ଆସିଥିଲା । ଏହା ୫ ମିଟର ତଳକୁ ଖସିବା ପରେ ସେଥିରେ  ଲାଗିଥିବା ପାରାଚ୍ୟୁଟ ସକ୍ରିୟ ହେବା ସହ ଉପଗ୍ରହଟିକୁ  ୪୦୦ ମିଟର ତଳକୁ ଆଣିଥିଲା । ରକେଟ ମଧ୍ୟ ପାରାଚ୍ୟୁଟ  ସହାୟତାରେ ଧିରେ ଧିରେ ପୃଥିବୀ ପୃଷ୍ଠକୁ ଆସିଥିଲା ।  ଏହାର ଓଜନ ୧୫ କିଗ୍ରା ଥିଲା । ଏଥିରେ ୨.୨୬ କି.ଗ୍ରା  ଇନ୍ଧନ ବ୍ୟବହାର କରାଯାଇଥିଲା । ପ୍ରକ୍ଷେପଣ ସମୟରେ  ୨.୬ ସେକେଣ୍ଡ ପର୍ୟ୍ୟନ୍ତ ଏହି ଇନ୍ଧନ ଜଳିଥିଲା ଏବଂ ଏହି ସମୟ ଭିତରେ ରକେଟଟି ଉପଗ୍ରହକୁ ନେଇ ଆକାଶକୁ  ଉଠିଥିଲା । ଆସନ୍ତା ଅକ୍ଟୋବର-ନଭେମ୍ବରରେ ଏଠାରେ  ବଡଧରଣର ପରୀକ୍ଷା କରାଯିବ । ଏହି ସମୟରେ ୯୦୦  ଯୁବ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଉପଗ୍ରହର  ପରୀକ୍ଷଣ କରାଯିବ । ଗତ ଫେବ୍ରୁଆରୀ ମାସରେ ଇସ୍ରୋର  ଏକ ଟିମ୍‌ କୁଶୀନଗର ଗସ୍ତ କରିବା ପରେ ରକେଟ  ପରୀକ୍ଷା ଲାଗି ଏହି ସ୍ଥାନକୁ ବାଛିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook