ମୁଖ୍ୟ ଖବର
ନୟାଗଡ଼: ଆସନ୍ତା ମାସ ହୋଇଥାନ୍ତା ଗୋଟିଏ ବୋଲି ଅଲିଅଳି ଝିଅ ବାହାଘର । ପଡ଼ିଥାନ୍ତା ହାତଗଣ୍ଠି। ନିଜ ଝିଅକୁ ସୁନାଗହଣାରେ ସଜାଇବା ପାଇଁ ୫ ଲକ୍ଷରେ ଅଳଙ୍କାର କିଣିଥିଲେ ବାପା । କ୍ୟାସ୍ ବି ୯୦ ହଜାର ରଖିଥିଲେ। ହେଲେ ଆଖି ପିଛୁଳାକେ ସବୁ ସ୍ୱପ୍ନ ଚୁରମାର ହୋଇଗଲା। ଦିନ ଦ୍ୱିପ୍ରହରରେ ଘରେ ୪ ଲୁଟେରା ପଶି କଳାକନା ବୁଲାଇ ଦେଲେ। ଏବେ କିପରି ଝିଅ ବାହାଘର କରିବୁ, କ’ଣ ଦେବୁ ବୋଲି ମୁଣ୍ଡ ପିଟି କାନ୍ଦୁଛନ୍ତି ବାପାମା’ । ଏପରି ଘଟଣା ଆଜି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ରେ ଘଟିଛି। ଲୁଟ୍ର ଶିକାର ହୋଇଛନ୍ତି ଫତେଗଡ଼ ବିଜୟ ନଗରର ଜଗନ୍ନାଥ ବେହେରା ।
ଜଗନ୍ନାଥ ଚାଷବାସ କରି ପରିବାର ଚଳାନ୍ତି। ସେଥିରୁ କିଛି କିଛି ସଞ୍ଜୟ କରି ଝିଅ ବାହାଘର ଧୁମଧାମରେ କରିବେ ବୋଲି ଭାବିଥିଲେ। ଏକ ମାତ୍ର ଝିଅକୁ ଦେବାକୁ ୫ ଲକ୍ଷର ଅଳଙ୍କାର କିଣି ଘରେ ରଖିଥିଲେ।ହେଲେ ଆଜି ମଧ୍ୟାହ୍ନ ସମୟରେ ହଠାତ୍ ୪ ଦୁର୍ବୃତ୍ତ ୨ଟି ବାଇକ୍ରେ ଆସି ତାଙ୍କ ଘରେ ପହଞ୍ଚିଲେ।
Comments ସମସ୍ତ ମତାମତ