Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ‘ଅମ୍ପନ’ରେ ୧୫୧ କିମି ରାସ୍ତା ନଷ୍ଟ

    Share on :
    ajab-Image
    Date: May 23, 2020    Views: 3434

    ଭୁବନେଶ୍ୱର:  ବାତ୍ୟା ‘ଅମ୍ପନ’ ଓଡ଼ଶାରୁ ଚାଲିଯାଇଥିଲେ ହେଁ ତାର ଛାପ କିନ୍ତୁ ଛାଡ଼ି ଦେଇଛି । ‘ଅମ୍ପନ’ ପ୍ରଭାବରେ କେଉଁଠି ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ତ କେଉଁଠି ବିଦୁ୍ୟତ ଖୁଣ୍ଟ  ଭାଙ୍ଗି ଯାଇଛି । ଅଧିକାଂଶ ସ୍ଥାନରେ ଗଛ ପଡ଼ି ବିଦୁ୍ୟତ ତାର ଛିଣ୍ଡି ପଡ଼ିଛି । ଏହାଛଡ଼ା ବାତ୍ୟା ଓ ବର୍ଷା ଯୋଗୁଁ  ରାସ୍ତା ମଧ୍ୟ ନଷ୍ଟ ହୋଇଛି । ଏହା ଦ୍ୱାରା ମୋଟ ୧୫୧ କିମି ରାସ୍ତା ନଷ୍ଟ ହୋଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି ।  ଏନେଇ ସର୍ବୋଚ୍ଚ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବଙ୍କୁ ଅବଗତ କରାଇଛନ୍ତି । ନଷ୍ଟ ହୋଇଯାଇଥିବା ରାସ୍ତାଗୁଡ଼ିକର ତୁରନ୍ତ ମରାମତି ପାଇଁ  ୩ କୋଟି ୮୮ ଲକ୍ଷ ଟଙ୍କା ଦରକାର ଥିବା ସର୍ବୋଚ୍ଚ ଯନ୍ତ୍ରୀ ଜଣାଇଛନ୍ତି ।  ସେମିତି ଗଛ ସଫା ଓ ଆବର୍ଜନା ହଟାଇବାକୁ ୫୦ ଲକ୍ଷ ଟଙ୍କା ଦରକାର ବୋଲି ସେ କହିଛନ୍ତି । 

    ପ୍ରକାଶ ଯେ, ଗତକାଲି   ଆକାଶମାର୍ଗରୁ ଅମ୍ଫାନର କ୍ଷୟକ୍ଷତି ଦେଖି ଓଡିଶା ପାଇଁ ପାଞ୍ଚ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୋଦୀ  । ପ୍ରଭାବିତ ଅଞ୍ଚଳରେ ଶୀଘ୍ର ପୁନରୁଦ୍ଧାର କାମ ପାଇଁ ୫୦୦ କୋଟିର ସହାୟତା ଦେଇଛନ୍ତି ମୋଦୀ  ।

    ତେବେ ବାତ୍ୟା ବେଳେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

    Maximum 500 characters

    ତାଜା ଖବର View all

    Find Us on Facebook