ମୁଖ୍ୟ ଖବର
ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ ସମସ୍ତ ସହରାଞ୍ଚଳ ରାସ୍ତାର ମରାମତି ଶେଷ ହେବ । ୨୦ ତାରିଖ ପୂର୍ବରୁ ଟ୍ୱିନ ସିଟି ସମତେ ସବୁ ସହରାଞ୍ଚଳ ରାସ୍ତାର ମରାମତି କାର୍ଯ୍ୟ ଶେଷ ହେବ । ବୁଧବାର ଏହି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଏହାଛଡ଼ା ସେ କହିଛନ୍ତି ଯେ ଆସନ୍ତା ୬ ତାରିଖରେ ଇଆଇସିଙ୍କ ଅଫିସରେ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ । ବିଭାଗୀୟ ମନ୍ତ୍ରୀ, ବିଧାୟକ ଓ ମେୟର ଉକ୍ତ ବୈଠକରେ ଉପସ୍ଥିତ ରହିବେ ।
ପ୍ରକାଶ ଯେ ଆଗକୁ ଆସୁଛି ଦୁର୍ଗାପୂଜା । ଏହା ପୂର୍ବରୁ ଜାରି ରହିଥିବା ଲଗାଣ ବର୍ଷାରେ ଅଧିକାଂଶ ରାସ୍ତାର ମରଣଯନ୍ତା ପାଲଟିଗଲାଣି ।
Comments ସମସ୍ତ ମତାମତ